37.1 C
Bhubaneswar
Thursday, March 28, 2024
Homeଓଡିଶାଆଜିର ଦିନଟି ଆପଙ୍କର କେମିତି କଟିବ ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ : ଆପଣଙ୍କ ପ୍ରଗତିରେ କେହି ପ୍ରତିରୋଧ କରିପାରନ୍ତି । ମନକୁ ଶାନ୍ତି ରଖି ସଫଳତା ପାଇଁ ଭାବିଚିନ୍ତି କାମ କରନ୍ତୁ । ପରିବାରରେ ଅଭାବ ଅନଟନ ଦେଖାଦେବ । ମହିଳାମାନେ ନିଆଁ ଓ ଗ୍ୟାସ୍ ପ୍ରତି ଜଗି ରଖି କାମ କରନ୍ତୁ ।
ବୃଷ : ଆଜି ବେପାର ବୃତିରେ ପ୍ରଗତି କରିବେ । ସମାଜରେ ଆଦର ସମ୍ମାନ ପାଇବେ । ଜୀବନ ସାଥି ଆପଣଙ୍କୁ ଉତ୍ସାହିତ କରିବେ । ନିଜର ବସ୍ତ୍ର ଓ ପୋଷାକ ପ୍ରତି ବିଶେଷ ଧ୍ୟାନ ଦେବେ । ବିଦ୍ୟାର୍ଥୀମାନେ ପରୀକ୍ଷାରେ ଖୁବ୍ ଭଲ କରିବେ ।
ମିଥୁନ : ବ୍ୟବସାୟରେ ମନପ୍ରାଣ ଦେଇ କାମ କରନ୍ତୁ, ସଫଳତା ଓ ଲାଭ ପାଇବେ । କାହାରିକୁ ସମାଲୋଚନ କରନ୍ତୁ ନାହିଁ । ଶରୀର ଅସୁସ୍ଥ ହୋଇପାରେ । ରାଜନୀତିରେ ଉଚ୍ଚପଦକୁ ମନୋନୀତ ହୋଇପାରନ୍ତି । ମହିଳାମାନେ ଗୃହ କାର୍ଯ୍ୟରେ ବ୍ୟସ୍ତ ରହିବେ ।
କର୍କଟ : ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ । ବେପାର ବୃତିରେ ସୁଖୀ ରହିବେ । କେହି ଆପଣଙ୍କ ଠାରୁ କିଛି ପାଇବା ଆଶାରେ ଆସିବେ। ହେଲେ କହିବା ପୂର୍ବରୁ ତାଙ୍କ ମନ କଥା ଖୁବ୍ ଶୀଘ୍ର ଜାଣି ନେବେ ।
ସିଂହ : ପାରିବାରଜନଙ୍କ ସହିତ ଆଜି ଅଧିକ ସମୟ ଦେବେ । ନୂଆ ଘର ତିଆରି କରିବା ପାଇଁ ଯୋଜନା ତିଆରି କରିବେ । ଖାଦ୍ୟ ପେୟ ପ୍ରତି ସଜାଗ ରୁହନ୍ତୁ । ଛାତ୍ରଛାତ୍ରୀମାନେ ଅଧ୍ୟୟନରେ ଅଧିକ ମନ ନିବେଶ କରିବେ ।
କନ୍ୟା : ବ୍ୟବସାୟରେ ପ୍ରସାର ଲାଭ କରିବେ । ପଡ଼ୋଶୀଙ୍କ ସହିତ ସମ୍ପର୍କ ମଧୁର ରହିବ । ପ୍ରତିଟି କଥାରେ ଭୟ ଆସିବ । ବିଦ୍ୟାର୍ଥୀମାନେ ପରୀକ୍ଷାରେ ଖୁବ୍ ଭଲ କରିବେ । ପ୍ରେମ ସମ୍ପର୍କରେ ମଧୁରତା ବଢ଼ିବ ।
ତୁଳା : ଅଫିସରେ ଅଧିକ ଦାୟିତ୍ୱ ତୁଲାଇବେ । ସହକର୍ମୀଙ୍କ ସହିତ ଭଲ ବ୍ୟବହାର କଲେ ତାଙ୍କର ସହଯୋଗ ପାଇବେ । ସ୍ତ୍ରୀଙ୍କ ସହିତ ସହରକୁ ଗୃହ ଉପକରଣ କିଣିବାକୁ ଯାଇପାରନ୍ତି । ବନ୍ଧୁମାନଙ୍କ ସହିତ ରାତ୍ରି ଭୋଜିରେ ମଉଜମସ୍ତି କରିବେ ।
ବିଛା : ଶରୀର ସୁସ୍ଥ ଓ ମନରେ ଉତ୍ସାହ ରହିବ । ଆୟ ବୃଦ୍ଧିର ସୁଯୋଗ ପାଇବେ । ରାଜନୀତି କ୍ଷେତ୍ରରେ ଆଦର ସମ୍ମାନ ମିଳିବ । ପାରିବାରିକ ଜୀବନ ସୁଖମୟ ହେବ । ଜୀବନସାଥିୀଙ୍କୁ କୌଣସି ବସ୍ତୁ ଉପହାର ଦେବେ ।
ଧନୁ : ଚାକିରୀରେ କିଛି ପରିବର୍ତନ ହୋଇପାରେ । କର୍ତୃପକ୍ଷଙ୍କ ଠାରୁ କଡ଼ା କଥା ଶୁଣିବେ । ଆପଣଙ୍କ ମାନସିକ ଅଶାନ୍ତି ବଢ଼ିବ । ବାହାର କାମରେ ଗଲାବେଳେ ସାବଧାନତା ସହ ଚଳନ୍ତୁ ।
ମକର : ପିତା ମାତାଙ୍କ ଆର୍ଶୀବାଦ ନେଇ କାମରେ ଯାହାନ୍ତୁ । ଆପଣଙ୍କ ମନସ୍କାମନା ପୂରଣ ହେବ । ବିରୋଧୀ ଆପଣଙ୍କ ଆଖିରେ ଆଖି ମିଶାଇ କଥା କହି ପାରନ୍ତି । ସେୟାର ବଜାରରୁ ଲାଭ କମ ପାଇବେ ।
କୁମ୍ଭ : ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ । ଶୁଭ ଖବର ପାଇ ଖୁସି ହେବେ । ମସ୍ତିଷ୍କରେ ନୂଆ ନୂଆ ଚିନ୍ତା ଘୁରି ବୁଲିବ । ପାରିବାରିକ ଜୀବନ ସୁଖମୟ ହୋଇପାରେ । ଘରକୁ ଅତିଥି ଆସିବେ । ନେତା ଓ ମନ୍ତ୍ରୀଙ୍କ ମାଧ୍ୟମରେ ଲାଭ ପାଇବେ ।
ମୀନ : ପୂଜା ପାଠରେ ମନକୁ ଶାନ୍ତି ମିଳିବ । ଚିନ୍ତାଶୀଳ ବ୍ୟକ୍ତିଙ୍କ ସହିତ ସମ୍ପର୍କ ବଢ଼ିବ । ବ୍ୟବସାୟରେ ସୁଧାର ଆଣିବେ । ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ନୂଆ ଚାକିରୀର ସୁଯୋଗ ଅଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking