ଭୁବନେଶ୍ୱର: ଯୁକ୍ତ ଦୁଇ ରେଜଲ୍ଟ କେବେ ବାହାରିବ, ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଥିଲା । ତାହା ଆଜି ଦୂର ହୋଇଛି । ଆସନ୍ତା ୨୦ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ ରେଜଲ୍ଟ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି ।ଏକା ସହ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ରେଜଲ୍ଟ ବାହାରିବ। ୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ପୂର୍ବରୁ କୁହାଯାଇଥିଲା ଯେ, ପରୀକ୍ଷା ଦେବାର ୪୦ରୁ ୪୫ ଦିନ ଭିତରେ ପରୀକ୍ଷା ଫଳ ପ୍ରକାଶ ପାଇବ ସେଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବିଧିବଦ୍ଧ ଭାବରେ କିପରି ଫଳାଫଳକୁ ପ୍ରକାଶ କରିବ । କାରଣ ଏହାରି ପୂର୍ବରୁ ସିବିଏସଇ, ଆଇସିଏସଇ ର ରେଜଲ୍ଟ ବାହାରିସାରିଲାଣି । ଏହି ପରୀକ୍ଷା ଫଳ ବାହରିଲେ ଜାତୀୟସ୍ତରରେ ଯେଉଁ ପ୍ରବେଶିକା ପରୀକ୍ଷାଗୁଡିକ ରହିଛି, ସେଥିରେ ମଧ୍ୟ ଓଡିଶାର, ଓଡିଆ ଛାତ୍ରଛାତ୍ରୀମାନେ ଭାଗ ନେବାକୁ ସୁଯୋଗ ପାଇପାରିବେ ।










