38.1 C
Bhubaneswar
Tuesday, May 19, 2026
Homeଓଡିଶାଚିଲିକାରେ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ଜାରି

ଚିଲିକାରେ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ଜାରି

ପୁରୀ: ଚିଲିକାରେ ଚାଲିଛି ଚିଙ୍ଗୁଡି ଘେରି ଉଚ୍ଛେଦ ପ୍ରକ୍ରିୟା । ଶହଶହ ବେଆଇନ ଚିଙ୍ଗୁଡି ଘେରିକୁ ଭାଙ୍ଗୁଛି ପ୍ରଶାସନ । ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ବ୍ଲକର ଅଲଣ୍ଡା ପାଟଣା ଗାଁ ପାଖ କଙ୍କଡା ଗଡ ଚିଲିକାରୁ ଚାଲିଛି ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ । କୃଷ୍ଣପ୍ରସାଦ ତହସିଲଦାର ଓ ଆଇଆଇସିଙ୍କ ନେତୃତ୍ୱରେ ଜୋରଦାର କରାଯାଇଛି ଉଚ୍ଛେଦ । ପ୍ରବଳ ମାତ୍ରାରେ ବେଆଇନ ଚିଙ୍ଗୁଡି ଘେରି କରାଯାଇଥିବା ନେଇ ବହୁ ଦିନ ଅଭିଯୋଗ ଆସୁଥିଲା । ଅଭିଯୋଗ ପରେ ଏବେ ତତ୍ପର ହୋଇଛି ପ୍ରଶାସନ । ଚିଲିକା ଜଳ ପ୍ରଦୂଷଣ ମୁକ୍ତ କରିବା ପାଇଁ ଚିଙ୍ଗୁଡି ଘେରି ଗୁଡିକୁ ନଷ୍ଟ କରାଯାଉଛି । ଚାରିଦିନ ଯାଏଁ ଏଭଳି ଉଚ୍ଛେଦ ପ୍ରକ୍ରିୟା ଚାଲୁ ରହିବ ବୋଲି ସ୍ଥାନୀୟ ତହସିଲଦାର ସହଦେବ ସାହୁ ସୂଚନା ଦେଇଛନ୍ତି । ସେପଟେ ଏହା ସେମାନଙ୍କ ପେଟ ପାଟଣା ଉପରେ ପ୍ରତିକୂଳ ପ୍ରଭାବ ପକାଇବ ବୋଲି କହିଛନ୍ତି ମତ୍ସ୍ୟଜୀବୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking