ନୂଆଦିଲ୍ଲୀ : ଭେନେଜୁଏଲାରେ ପ୍ରଳୟଙ୍କରୀ ଭୂକମ୍ପ। ୧୨୬ ବର୍ଷ ମଧ୍ୟରେ ସବୁଠୁ ଶକ୍ତିଶାଳୀ ଝଟକା । ଦକ୍ଷିଣ ଆମେରିକୀୟ ଦେଶ ଭେନେଜୁଏଲାରେ ବୁଧବାର ସନ୍ଧ୍ୟାରେ ଦୁଇଟି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି, ଯାହା ଦେଶକୁ ଦୋହଲାଇ ଦେଇଛି। ଆମେରିକୀୟ ଭୂବିଜ୍ଞାନ ସର୍ବେକ୍ଷଣ ଅନୁଯାୟୀ, ପ୍ରଥମେ ୭ ଦଶମିକ ୨ ତୀବ୍ରତାର ଏକ ଭୂକମ୍ପ ଆସିଥିଲା ଏବଂ ଏହାର ମାତ୍ର ୪୦ ସେକେଣ୍ଡ ପରେ ୭ ଦଶମିକ ୫ ତୀବ୍ରତାର ଅଧିକ ଶକ୍ତିଶାଳୀ ଭୂକମ୍ପ ଘଟିଥିଲା। ଏହା ଗତ ୧୨୬ ବର୍ଷ ମଧ୍ୟରେ ଦେଶରେ ଘଟିଥିବା ସବୁଠାରୁ ବଡ଼ ଭୂକମ୍ପ ବୋଲି ଆକଳନ କରାଯାଉଛି । ଭୂକମ୍ପର କେନ୍ଦ୍ରସ୍ଥଳ ରାଜଧାନୀ କାରାକାସଠାରୁ କିଛି ଦୂରରେ ଥିଲେ ମଧ୍ୟ ସହରର ଅନେକ ଅଞ୍ଚଳରେ ଏହାର ପ୍ରଭାବ ସ୍ପଷ୍ଟ ଦେଖିବାକୁ ମିଳିଛି । ଭୂକମ୍ପର ତୀବ୍ରତାକୁ ଦେଖିଲେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆଶଙ୍କା କରାଯାଉଛି । ମୃତ୍ୟୁସଂଖ୍ୟା ୧୦ ହଜାରରୁ ଅଧିକ ହେବା ଆଶଙ୍କା କରାଯାଉଛି । ଭେନେଜୁଏଲା ଭୂକମ୍ପ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଭାରତ ସମସ୍ତ ସହାୟତା ଯୋଗାଇବାକୁ ପ୍ରସ୍ତୁତ ବୋଲି ମୋଦୀ କହିଛନ୍ତି ।










