32.7 C
Bhubaneswar
Friday, June 26, 2026
Homeଦେଶ ବିଦେଶହର୍ମୁଜ୍ ପାର୍ କରି ଭାରତ ଅଭିମୁଖେ ବାହାରିଲା ୩୦ ଜାହାଜ

ହର୍ମୁଜ୍ ପାର୍ କରି ଭାରତ ଅଭିମୁଖେ ବାହାରିଲା ୩୦ ଜାହାଜ

ନୂଆଦିଲ୍ଲୀ : ଆମେରିକା-ଇରାନ ଚୁକ୍ତି ପରେ ବଡ଼ ଆଶ୍ୱସ୍ତି, ହୋର୍ମୁଜ୍ ପାର୍ କରି ଭାରତ ଅଭିମୁଖେ ବାହାରିଲେ ୩୦ ଜାହାଜ । ପଶ୍ଚିମ ଏସିଆରେ ଦୀର୍ଘ ସପ୍ତାହ ଧରି ଲାଗି ରହିଥିବା ଯୁଦ୍ଧ ଓ ଉତ୍ତେଜନା ମଧ୍ୟରେ ଭାରତ ସମେତ ସମଗ୍ର ବିଶ୍ୱର ଶକ୍ତି ବଜାର ପାଇଁ  ବଡ଼ ଆଶ୍ୱସ୍ତିକର ଖବର  ଆସିଛି । ଇରାନ ଏବଂ ଆମେରିକା ମଧ୍ୟରେ  ଅନ୍ତରୀଣ ଚୁକ୍ତି ପରେ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତେଲ ପରିବହନ ମାର୍ଗ ହର୍ମୁଜ୍ ପ୍ରଣାଳୀ  ଦେଇ ୩୦ଟି ବାଣିଜ୍ୟିକ ଜାହାଜ ସୁରକ୍ଷିତ ଭାବେ ଅତିକ୍ରମ କରିଛନ୍ତି ।

ଏହାସହ ଅନ୍ୟ ୨୬ଟି ଜାହାଜ ଏବେ ବାହାରିବା ପାଇଁ ପ୍ରସ୍ତୁତ ଅଛନ୍ତି । ସାମୁଦ୍ରିକ ଯାତାୟାତ ସ୍ୱାଭାବିକ ହେବା ସହ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦରରେ ବଡ଼ ହ୍ରାସ ଘଟିଛି । ଜାହାଜ ଚଳାଚଳ ମନ୍ତ୍ରଣାଳୟ ଏବଂ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାରତ ଅଭିମୁଖେ ଆସୁଥିବା ୩୦ଟି ଜାହାଜ ଏ ପର୍ଯ୍ୟନ୍ତ ହର୍ମୁଜ୍ ପ୍ରଣାଳୀ ସଫଳତାର ସହ ପାର୍ କରିସାରିଛନ୍ତି । ପାର୍ ହୋଇଥିବା ୩୦ଟି ଜାହାଜ ମଧ୍ୟରୁ ୧୫ଟି ଏଲଏନଜି,ଏଲପିଜି ଗ୍ୟାସ୍ ଜାହାଜ, ୮ଟି ବଲ୍କ କାର୍ଗୋ ଜାହାଜ ଏବଂ ୭ଟି ଅଶୋଧିତ ତେଲ ବୋଝେଇ ଜାହାଜ ରହିଛି । ବାକି ୨୬ଟି ଜାହାଜ ମଧ୍ୟରୁ ୩ଟି ଏନର୍ଜି କାର୍ଗୋ, ୧୦ଟି ସାର ଏବଂ ୧୩ଟି ଅନ୍ୟାନ୍ୟ ଜରୁରୀ ସାମଗ୍ରୀରେ ଭର୍ତ୍ତି ଅଛି । ଭାରତ ଆସୁଥିବା ୩୦ଟି ଜାହାଜ ମଧ୍ୟରୁ ୧୭ଟିରେ ବିଦେଶୀ ପତାକା ଲାଗିଥିବା ବେଳେ ସେଗୁଡ଼ିକର ଗନ୍ତବ୍ୟ ସ୍ଥଳ ଭାରତ ।  ଏଥିମଧ୍ୟରୁ ସବୁଠାରୁ ଅଧିକ ୫ଟି ଜାହାଜ ମାର୍ଶଲ ଆଇଲ୍ୟାଣ୍ଡରେ ପଞ୍ଜିକୃତ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking