ପୁରୀ: ପୁରୀ ସହରବାସୀଙ୍କୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ସୁଗମ ପାଇଁ ପଦକ୍ଷେପ ନିଆଯାଇଛି । ଓକାକ ସହଯୋଗରେ ହେଉଥିବା ସୁବିଧା ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ପୁରୀ ସହର ପାଇଁ ୨ଟି ପୋଷ୍ଟାଲ ପିନ କୋଡ ରହିଛି । ଏହି ଦୁଇ ପିନ କୋଡକୁ ନେଇ ଓକୋକକୁ ସ୍ୱତନ୍ତ୍ର ବ୍ୟବସ୍ଥା ପାଇଁ କୁହାଯାଇଛି । ଫଳରେ ପୁରୀବାସୀ ସେମାନଙ୍କ ଆଧାର କାର୍ଡ ଦେଖାଇ ଯିବା ସୁଗମ ହେବ । ଯଦି ସେମାନେ ସାଥିରେ ବନ୍ଧୁବାନ୍ଧବଙ୍କୁ ନେବାକୁ ଚାହିଁବେ ସମ୍ଭବ ହେବନି । ମହାପ୍ରଭୁଙ୍କ ଦର୍ଶନକୁ ସୁବ୍ୟବସ୍ଥିତ କରିବା ପାଇଁ ପଦକ୍ଷେପ ନିଆଯାଇଛି ।










