ଆନନ୍ଦପୁର: ହାଇୱା ଧକ୍କାରେ ୨ ବାଇକ ଆରୋହୀ ଗୁରୁତର । ଦୁର୍ଘଟଣା ପରେ ଚମ୍ପଟ ମାରିଲା ଡ୍ରାଇଭର । ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି ଦୁର୍ଘଟଣା ଘଟିଛି । ରିଙ୍ଗ ରୋଡ଼ ପଟୁ ଆସୁଥିବା ଏକ ବାଇକକୁ ହାଇୱା ଧକ୍କା ଦେଇଥିଲା, ଫଳରେ ବାଇକରେ ଯାଉଥିବା ୨ଯୁବକ ତଳେ ପଡ଼ିଯାଇ ଗୁରୁତର ଆହତ ହୋଇଛନ୍ତି । ଉଭୟ ଯାଜପୁର ଡ଼ୁବୁରୀ ଅଞ୍ଚଳର ସିଦ୍ଧି କୁର୍ଲି ଓ ଘସା ବାରି । କୌଣସି କାମରେ ଆନନ୍ଦପୁର ଆସି ଫେରୁଥିବା ସମୟରେ ସେମାନେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ ପ୍ରଥମେ ଆନନ୍ଦପୁର ମେଡିକାଲ ଏବଂ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।










