ଗଜପତି : ଗଜପତି ଜିଲ୍ଲାରେ ତୈଳ ସଙ୍କଟ ଦିନକୁ ଦିନ ଯନ୍ତ୍ରଣା ଦେଉଛି । ଆଜି ମଧ୍ୟ ଜିଲ୍ଲାର ଅନେକ ପେଟ୍ରୋଲ ପମ୍ପ ବନ୍ଦ ରହିଥିବା ବେଳେ , କିଛି ସ୍ଥାନରେ କେବଳ ପେଟ୍ରୋଲ ଉପଲବ୍ଧ ଥିବା ସହ ଡିଜେଲ ସମ୍ପୁର୍ଣ୍ଣ ଭାବେ ଶେଷ ହୋଇଯାଇଥିବା ଜଣାପଡିଛି । ଫଳରେ ସାଧାରଣ ଲୋକ, ଯାନବାହାନ ଚାଳକ ଓ ବ୍ୟବସାୟୀମାନେ ଭାରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସୂଚନା ଅନୁଯାୟୀ, ଜିଲ୍ଲାରେ ଥିବା ୨୨ଟି ପେଟ୍ରୋଲ ପମ୍ପ ମଧ୍ୟରୁ ୯ଟି ପମ୍ପରେ ତୈଳ ସମ୍ପୁର୍ଣ୍ଣ ଭାବେ ଶେଷ ହୋଇଯାଇଥିବାରୁ ସେଗୁଡିକ ବନ୍ଦ ପଡିଛି । ବିଶେଷକରି ଡିଜେଲ୍ ଅଭାବର ପ୍ରଭାବ ମାଲବାହୀ ଗାଡ଼ି, ବସ୍ ସେବା ଓ କୃଷି କାର୍ଯ୍ୟରେ ବ୍ୟବହୃତ ଯାନବାହନ ଉପରେ ପଡ଼ୁଛି। ସ୍ଥିତି ଦିନକୁ ଦିନ ସଙ୍ଗିନ ହେଉଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଓ ଚିନ୍ତା ବଢ଼ୁଛି। ଶୀଘ୍ର ତୈଳ ଯୋଗାଣ ସ୍ୱାଭାବିକ କରିବାକୁ ପ୍ରଶାସନ ଓ ତୈଳ କମ୍ପାନୀମାନଙ୍କୁ ଦାବି କରାଯାଉଛି।










