35.1 C
Bhubaneswar
Saturday, May 16, 2026
Homeଓଡିଶାରାଜ୍ୟରେ ଖୁବ୍‌ଶୀଘ୍ର ଆସିବ ନୂଆ ଚଳଚ୍ଚିତ୍ର ନୀତି

ରାଜ୍ୟରେ ଖୁବ୍‌ଶୀଘ୍ର ଆସିବ ନୂଆ ଚଳଚ୍ଚିତ୍ର ନୀତି

ଭୁବନେଶ୍ୱର: ରାଜ୍ୟରେ ଖୁବ୍‌ଶୀଘ୍ର ଆସିବ ନୂଆ ଚଳଚ୍ଚିତ୍ର ନୀତି । ଓଡ଼ିଆ ଚଳଚ୍ଚିତ୍ର ଜଗତର ବିଶିଷ୍ଟ କଳାକାର ଓ ବ୍ୟକ୍ତିତ୍ୱମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ମାନସ ମନ୍ଥନ । ସଂସ୍କୃତି ଭବନଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଆ ସିନେମାର ବର୍ତ୍ତମାନ ସ୍ଥିତି ଓ ଭବିଷ୍ୟତ ସଂପର୍କରେ ଆଲୋଚନା ହୋଇଛି । ଏହି ଅବସରରେ ଓଡ଼ିଆ ଚଳଚ୍ଚିତ୍ରକୁ ଜାତିର ଅସ୍ମିତାର ପରିଚୟ ଭାବେ ବର୍ଣ୍ଣନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ ଖୁବ୍‌ ଶୀଘ୍ର ନୂତନ ‘ଚଳଚ୍ଚିତ୍ର ନୀତି’ର ପ୍ରଣୟନ ହେବ ବୋଲି ଘୋଷଣା କରିଛନ୍ତି। ଓଡ଼ିଆ ସିନେମାକୁ କାହାର ନକଲ କରିବା ଦରକାର ନାହିଁ, ବରଂ ଏହାକୁ ନିଜସ୍ୱ ସ୍ୱର ଖୋଜିବାକୁ ହେବ । ଓଡ଼ିଆ ଜନଜୀବନ ସହିତ ଯୋଡ଼ି ହୋଇଥିବା ମୌଳିକ ବିଷୟବସ୍ତୁକୁ ନେଇ ଚଳଚ୍ଚିତ୍ର ପ୍ରସ୍ତୁତ କଲେ, ଲୋକଙ୍କ ମନକୁ ଆକର୍ଷିତ କରିପାରିବ ବୋଲି ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।ଓଡ଼ିଶାରେ ଫିଲ୍ମ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟର ଆବଶ୍ୟକତା ଅଛି ଏବଂ ସେହିପରି ପ୍ରତିଷ୍ଠାନ ସ୍ଥାପନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଗତ ସରକାର ଏ ଦିଗରେ ଧ୍ୟାନ ଦେଇ ନ ଥିଲେ, କିନ୍ତୁ ଏବେ ଓଡ଼ିଆ ଅସ୍ମିତାର ସରକାର ଆସିଛି। ଏବେ ଓଡ଼ିଆ ଚଳଚ୍ଚିତ୍ରର ଉନ୍ନତି ପାଇଁ ଅର୍ଥ କେବେ ହେଲେ ବାଧକ ହେବ ନାହିଁ ଏବଂ ଖୁବ୍ ଶୀଘ୍ର ରାଜ୍ୟରେ ଏକ ଶକ୍ତିଶାଳୀ ଚଳଚ୍ଚିତ୍ର ଭିତ୍ତିଭୂମି ପ୍ରସ୍ତୁତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଲୋଚନା ଚକ୍ରରେ ଅନୁଭବ ମହାନ୍ତି, ଅନୁ ଚୌଧୁରୀ, ପୁଷ୍ପା ପଣ୍ଡା, ହରିହର ମହାପାତ୍ର, ପିଙ୍କି ପ୍ରଧାନ, ଆକାଶ ଦାସ ନାୟକ, ପ୍ରଯୋଜକ ସିଦ୍ଧାର୍ଥ ଅଗ୍ରୱାଲ ପ୍ରମୁଖ ସାମିଲ ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking