ହିଞ୍ଜିଳିକାଟୁ:ଲୁଟେରାଙ୍କ ଟାର୍ଗେଟ୍ରେ ମନ୍ଦିର। ସାଇବାବାଙ୍କ ହୁଣ୍ଡି ଭାଙ୍ଗି ଲୁଟି ନେଲେ ପ୍ରାୟ ୧ ଲକ୍ଷ ଟଙ୍କା । ବାବାଙ୍କ ମୁକୁଟ ସହ ସୁନା ଓ ରୁପା ଅଳଙ୍କାର ମଧ୍ୟ ଦୁର୍ବୁତ୍ତମାନେ ଲୁଟି ନେଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ପୋଚିଲିମା ଛକରେ ଥିବା ସାଇ ସୁନ୍ଦର ଧାମ୍ ମନ୍ଦିରରେ। ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ଏଭଳି କାଣ୍ଡ ଘଟାଇଛନ୍ତି। ଆଜି ସକାଳୁ ଘଟଣା ସ୍ଥଳରେ ପୁଲିସ୍ ପହଞ୍ଚି ଅଧିକ ତଦନ୍ତ କରିବା ସହ ସିସି ଟିଭି କ୍ୟାମେରାରୁ ତଥ୍ୟ ସଂଗ୍ରହ କରୁଛି।










