25.1 C
Bhubaneswar
Sunday, May 10, 2026
Homeଓଡିଶାସକ୍ରିୟ ଘୂର୍ଣ୍ଣିବଳୟ: ୧୨ତାରିଖରେ ନେବ ଲଘୁଚାପର ରୂପ !

ସକ୍ରିୟ ଘୂର୍ଣ୍ଣିବଳୟ: ୧୨ତାରିଖରେ ନେବ ଲଘୁଚାପର ରୂପ !

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ନେଇ ଆଶଙ୍କା ବଢୁଛି ଆଉ ଏହାରି ଭିତରେ ବାତ୍ୟାକୁ ନେଇ ଆସିଛି ବଡ ଖବର । ଦକ୍ଷିଣ ଆଣ୍ଡାମାନ ସାଗରରେ ବର୍ତ୍ତମାନ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି। ଆସନ୍ତା ୧୨ ତାରିଖ ବେଳକୁ ଏହା ଲଘୁଚାପର ରୂପ ନେବ। ସମୁଦ୍ର ଭିତରେ ଅଧିକ ଘନୀଭୂତ ହୋଇ ଗଭୀର ଅଵପାତରେ ପରିଣତ ହେବା ସମ୍ଭାବନା ରହିଛି। କିନ୍ତୁ ଓଡିଶା ଉପରେ ଏହାର କ’ଣ ପ୍ରଭାବ ରହିବ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ୧୩ ତାରିଖ ପରେ ବାତ୍ୟା ନେଇ ଚିତ୍ର ସ୍ପଷ୍ଟ ହେବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ । ଆଇଏମ୍‌ଡି କରିଥିବା ପୂର୍ବାନୁମାନ ଅନୁସାରେ, ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ତଥା ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଥିବା ଉପର ବାୟୁମଣ୍ଡଳସ୍ତରୀୟ ଘୂର୍ଣ୍ଣିବଳୟ ୧୩ରୁ ୧୬ ତାରିଖ ବେଳକୁ ଲଘୁଚାପରେ ପରିଣତ ହୋଇପାରେ । ଏହା ବାତ୍ୟା ରୂପ ନେବାର ସମ୍ଭାବନା କମ୍‌ ରହିଥିବା‌ ଆଇଏମ୍‌ଡି ପକ୍ଷରୁ କୁହାଯାଇଛି । ଅନ୍ୟପଟେ ଓଡିଶା ଉପରେ ଥିବା ଟ୍ରପଲାଇନ ପ୍ରଭାବରେ କାଳବୈଶାଖୀ ସମ୍ଭାବନା ରହିଛି । ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ସୁନ୍ଦରଗଡ ଜିଲ୍ଲାରେ କାଳବୈଶାଖୀ ବର୍ଷା ସହ ବଜ୍ରପାତ ନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୧୨ ତାରିଖରୁ ପୁଣି ରାଜ୍ୟରେ ବଢିବ ଦିନ ତାପମାତ୍ରା । ୨ରୁ ୪ ଡିଗ୍ରୀ ଯାଏଁ ଦିନର ତାପମାତ୍ରା ବୃଦ୍ଧି ପାଇବ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking