ରାଉଲକେଲା: ଶୋଇଥିବା ବେଳେ ଯୁବତୀଙ୍କୁ ନିଆଁ ଲଗାଇ ଦେଲେ ଅଜଣା ଦୁର୍ବୁତ୍ତ । ଗୁରୁତର ଅବସ୍ଥାରେ ଯୁବତୀ ଜଣକ ରାଉଲକେଲାରର ଏକ ଘାରୋଇ ହସ୍ପିଟାଲ୍ ରେ ଭର୍ତ୍ତି । ଗୁରୁତର ଯୁବତୀ ଜଣକ ହେଲେ ୨୬ ବର୍ଷୀୟ ଅଞ୍ଜୁ ଟପୋ । ବିଶ୍ରା ଥାନା ସନ୍ତୋଷପୁର ପଞ୍ଚାୟତ ଜାରାଟୋଲି ଗାଁ ରେ ଘଟିଚି ଏହି ଅଭାବନୀୟ ଘଟଣା । ଗତ କାଲି ବିଳମ୍ବିତ ରାତିରେ ଘରେ ଶୋଇଥିବ ବେଳେ ଝରକା ଖୋଲା ଥିବାରୁ କୌଣସି ଦୃର୍ବୁତ୍ତ ନିଆଁ ଲଗାଇ ଦେଇଥିଲା ଅନୁମାନ ।










