32.7 C
Bhubaneswar
Saturday, June 27, 2026
Homeଓଡିଶାତାତିରୁ ମିଳିବ ଆଶ୍ୱସ୍ତି: ୧ ରୁ ୪ ଭିତରେ ରାଜ୍ୟରେ ଭାରି ବର୍ଷାର ସମ୍ଭାବନା

ତାତିରୁ ମିଳିବ ଆଶ୍ୱସ୍ତି: ୧ ରୁ ୪ ଭିତରେ ରାଜ୍ୟରେ ଭାରି ବର୍ଷାର ସମ୍ଭାବନା

ଭୁବନେଶ୍ୱର : ତାତିରୁ ମିଳିବ ଆଶ୍ୱସ୍ତି। ଆସୁଛି ଘୂର୍ଣ୍ଣିବଳୟ । ଲଘୁଚାପର ରୂପ ନେଇ ଭିଜେଇବ ସାରା ଓଡ଼ିଶା। ରାଜ୍ୟରେ ସକ୍ରିୟ ହେଉଥିବା ବେଳେ ୧ ରୁ ୪ ଭିତରେ ରାଜ୍ୟରେ ଭାରି ବର୍ଷାର ସମ୍ଭାବନା ଥିବା କହିଛନ୍ତି ପାଣିପାଗ ବିଶେଷଜ୍ଞ। ସେପଟେ ପାଣିପାଗ ଵିଭାଗ ଆସନ୍ତା ୨୪ ଘଣ୍ଟାରେ ବର୍ଷା ପାଇଁ ଦେଇଛି ସତର୍କ ସୂଚନା ।

ଆସୁଛି ଘୂର୍ଣ୍ଣିବଳୟ। ଦିନେ ଦୁଇଦିନ ମଧ୍ୟରେ ତାତିରୁ ମିଳିବ ଆଶ୍ୱସ୍ତି। ଆସନ୍ତାକାଲିଠୁ ଆକାଶ ମେଘାଚ୍ଛନ୍ନ ରହିବା ସହ, ତାତି ସାମାନ୍ୟ ହ୍ରାସ ପାଇବ । ଆସନ୍ତା ୨ ତାରିଖରୁ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରଭାବରେ ୧ ରୁ ୪ ତାରିଖ ମଧ୍ୟରେ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷାର ସମ୍ଭାବନା ଥିବା କହିଛନ୍ତି ପାଣିପାଗ ବିଶେଷଜ୍ଞ ଶରତ ସାହୁ । ଶନିବାର ଅପରାହ୍ନରେ ବି ଉପକୂଳବର୍ତ୍ତୀ ଓ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକର କିଛି ସ୍ଥାନରେ ଘଡ଼ଘଡ଼ି,ବିଜୁଳି ସହିତ ବର୍ଷା ହୋଇପାରେ। ୫ ରୁ ୬ ତାରିଖ ପର୍ଯ୍ୟନ୍ତ ତାତିରୁ ତ୍ରାହି ମିଳିବ କିନ୍ତୁ ଗରମ ଗୁଳଗୁଳି ଜଳୀୟବାଷ୍ପ ପ୍ରଭାବରେ ପୂର୍ବ ପରି ଜାରି ରହିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking