ଭୁବନେଶ୍ୱର: ରାଜ୍ୟରେ ସୋମବାର ସଂଧ୍ୟା ସୁଦ୍ଧା ସ୍ଥିତି ସ୍ୱାଭାବିକ ହେବ । ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ ସା. ସଂପାଦକ ସଞ୍ଜୟ ଲାଠ ସୂଚନା ଦେଇଛନ୍ତି । ସମସ୍ତ ପେଟ୍ରୋଲ ପମ୍ପକୁ ତୈଳ ଯୋଗାଣ ହେଉଛି । ଆସନ୍ତାକାଲି ରବିବାର ବି ତୈଳ ଯୋଗାଣ ହେବ । ତୈଳ ଯୋଗାଣ ହେଲେ ସୋମବାର ସଂଧ୍ୟା ସୁଦ୍ଧା ସ୍ଥିତି ସ୍ୱାଭାବିକ ହେବ । ରାଜ୍ୟରେ ଦେଖାଦେଇଛି ପେଟ୍ରୋଲ, ଡିଜେଲ ସମସ୍ୟା । ରାତିରୁ ଲୋକେ ସକାଲ ଯାଏ ଲାଇନ କରି ପେଟ୍ରୋଲ ପମ୍ପରେ ଛିଡା ହୋଇ ରହୁଛନ୍ତି । ଘଣ୍ଟା ଘଣ୍ଟା ଧରି ଛିଡା ହେଲା ପରେ ପାଳି ପଡୁଛି । ଏପଟେ ମନ୍ତ୍ରୀ , ଆଇଓସିଏଲଙ୍କ କହିବା ଅନୁସାରେ, ପେଟ୍ରୋଲ ମହଜୁଦ ଅଛି, ଆତଙ୍କ ସୃଷ୍ଟି କରିବାର ଆବଶ୍ୟକ ନାହିଁ, ଯେତିକି ଆବଶ୍ୟକ ସେତିକି ନିଅନ୍ତୁ । କିନ୍ତୁ ପ୍ରଶ୍ନ ଉଠୁଛି , ଯଦି ପେଟ୍ରୋଲ ପମ୍ପରେ ପେଟ୍ରୋଲ ଅଛି ତେବେ ଲେକଙ୍କ ଏତେ ଧାଡି କାହିଁକି ।










