29.4 C
Bhubaneswar
Tuesday, June 23, 2026
Homeଦେଶ ବିଦେଶଏଲ୍ ନିନୋ ପ୍ରଭାବରେ ସାରା ଦେଶରେ ବର୍ଷାର ପରିମାଣ କମ୍ ରହିବ: କେନ୍ଦ୍ର କୃଷିମନ୍ତ୍ରୀ

ଏଲ୍ ନିନୋ ପ୍ରଭାବରେ ସାରା ଦେଶରେ ବର୍ଷାର ପରିମାଣ କମ୍ ରହିବ: କେନ୍ଦ୍ର କୃଷିମନ୍ତ୍ରୀ

ନୂଆଦିଲ୍ଲୀ: ଆସୁଛି ଏଲ୍ ନିନୋ । ଏହାର ପ୍ରଭାବରେ ସାରା ଦେଶରେ ବର୍ଷାର ପରିମାଣ କମ୍ ରହିବ । ଫଳରେ ଖରିଫ୍ ଋତୁରେ ଚାଷୀ ଓ ଚାଷ ଉପରେ ଏହାର ପ୍ରଭାବ ପଡ଼ିବ ବୋଲି କିଛିମାସ ହେବ ପାଣିପାଗ ବିଭାଗ ଚେତାବନୀ ଦେଇଛି । ଏହାର ମୁକାବିଲା ପାଇଁ କେନ୍ଦ୍ର ସରକାର ଏକ ପ୍ରସ୍ତୁତି ସମୀକ୍ଷା ବୈଠକର ଆୟୋଜନ କରିଥିଲେ । ଏଥିରେ ମୁଖ୍ୟ ଭାବେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ କୃଷିମନ୍ତ୍ରୀ କନକ ବର୍ଦ୍ଦନ ସିଂଦେଓ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ । ଏଥିରେ କେନ୍ଦ୍ର କୃଷିମନ୍ତ୍ରୀ ଏଲ୍-ନିନୋ ମୁକାବିଲା ପାଇଁ ରାଜ୍ୟ ସରକାରମାନେ କିଭଳି ପ୍ରସ୍ତୁତ ହେଉଛନ୍ତି ତା’ର ସମୀକ୍ଷା କରିଛନ୍ତି । ଏହି ବୈଠକରେ ରାଜ୍ୟ କୃଷିମନ୍ତ୍ରୀ ଓ କୃଷି ନିର୍ଦ୍ଦେଶକମାନେ ଉପସ୍ଥିତ ଥିଲେ । ବୈଠକ ପରେ ରାଜ୍ୟ କୃଷିମନ୍ତ୍ରୀ କନକ ବର୍ଦ୍ଦନ ସିଂଦେଓ କହିଛନ୍ତି କି, ଏଲ୍ ନିନୋର ମୁକାବିଲା ପାଇଁ ରାଜ୍ୟ ସରକାର ରଣନୀତି ପ୍ରସ୍ତୁତ କରିଛନ୍ତି । ୨୦୨୬ ଖରିଫ୍ ଚାଷ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking