33.3 C
Bhubaneswar
Saturday, June 20, 2026
Homeଓଡିଶାସରପଞ୍ଚଙ୍କୁ ଦୁର୍ବ୍ୟବହାର ମାମଲାରେ ଆଉ ଜଣେ ଗିରଫ

ସରପଞ୍ଚଙ୍କୁ ଦୁର୍ବ୍ୟବହାର ମାମଲାରେ ଆଉ ଜଣେ ଗିରଫ

 ମହାକାଳପଡ଼ା : ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ ଦୁର୍ବ୍ୟବହାର ଏବଂ ଅପମାନିତ କରାଯାଇଥିବା ଅଭିଯୋଗକୁ ନେଇ ରୁଜୁ ହୋଇଥିବା ମାମଲାରେ ମହାକାଳପଡ଼ା ପୁଲିସ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ବିଶ୍ୱଜିତ୍ ମହାପାତ୍ର । ପୁଲିସ ତାଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଗିରଫ କରିଥିବା ସୂଚନା ମିଳିଛି । ଏହା ପୂର୍ବରୁ ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ବର୍ତ୍ତମାନ ବିଶ୍ୱଜିତ୍ ମହାପାତ୍ରଙ୍କ ଗିରଫ ସହ ମୋଟ ଗିରଫ ସଂଖ୍ୟା ୩ରେ ପହଞ୍ଚିଛି ।

ଘଟଣାରେ ଆହୁରି କିଛି ଲୋକଙ୍କ ସଂପୃକ୍ତି ରହିଛି କି ନାହିଁ, ସେନେଇ ପୁଲିସ ଖୋଳତାଡ଼ ଜାରି ରଖିଛି । ସରପଞ୍ଚ ଚାମେଲି ଓଝାଙ୍କୁ ଦୁର୍ବ୍ୟବହାର ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଥିଲା । ଜନପ୍ରତିନିଧିଙ୍କ ପ୍ରତି ଏଭଳି ବ୍ୟବହାରକୁ ନେଇ ବିଭିନ୍ନ ମହଲରୁ ନିନ୍ଦା କରାଯାଇଥିଲା । ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ମଧ୍ୟ ଦାବି ହୋଇଥିଲା ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking