33.3 C
Bhubaneswar
Saturday, June 20, 2026
Homeଓଡିଶାମୋହନଙ୍କ ନେତୃତ୍ୱରେ ଦ୍ରୁତ ବିକାଶ: ମୋଦି

ମୋହନଙ୍କ ନେତୃତ୍ୱରେ ଦ୍ରୁତ ବିକାଶ: ମୋଦି

ମୟୁରଭଞ୍ଜ: ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଭାଷଣ ରଖିଛନ୍ତି । କହିଛନ୍ତି , ରାଜ୍ୟରେ ବିଜେପି ସରକାର ୨ ବର୍ଷ ପୂରଣ କରିଛି । ୨ ବର୍ଷରେ ମହାପୁରୁଷଙ୍କ ସ୍ୱପ୍ନ ପୂରଣ ପାଇଁ ପ୍ରଶଂସନୀୟ ଉଦ୍ୟମ କରିଛନ୍ତି । ରାଷ୍ଟ୍ରପତିଙ୍କୁ ଆଜିର ଜନ୍ମଦିନ ପାଇଁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି । ମୟୁରଭଞ୍ଜ ଝିଅ ଆଜି ଦେଶର ସର୍ବୋଚ୍ଚ ଆସନରେ ଅଧିଷ୍ଠିତ । ରାଷ୍ଟ୍ରପତିଙ୍କ ଗାଁକୁ ଆସି ଶୁଭକାମନା ଜଣାଇବାର ସୁଯୋଗ ମିଳିଛି । ରାଷ୍ଟ୍ରପତି ବନାଇଥିବା ସ୍କୁଲ ଯାଇ ପିଲାଙ୍କ ମିଶିଲି । ପିଲାମାନେ ଆଜି ରାଷ୍ଟ୍ରପତି ନୁହେଁ, ସେମାନଙ୍କ ମାଆ ଆସିଥିବା କହିଲେ ।ପାହାଡପୁରକୁ ସୂର୍ଯ୍ୟଗ୍ରାମ ଭାବେ ତିଆରିର ପର୍ତିଶ୍ରୁତି ଦେଉଛି । ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ, ଲୋକେ ମାଗଣା ସେବା ପାଇବେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରରେ ବିକାଶ ଦ୍ରୁତ ଗତିରେ ବଢୁଛି । ସବୁ କ୍ଷେତ୍ରରେ ଓଡିଶାର ବିକାଶ ପାଇଁ ପୁଞ୍ଜି ଆସି ଚାଲିଛି । ଉତ୍କର୍ଷର ଓଡିଶା ପାଇଁ ୨୦ ଲକ୍ଷ କୋଟିର ପ୍ରତିଶ୍ରୁତି ମିଳିଛି । ଶକ୍ତି କ୍ଷେତ୍ର ପାଇଁ ୬ ହଜାର କୋଟିର ପୁଞ୍ଜି ଆସିଛି । ଡବଲ ଇଞ୍ଜିନ ସରକାର ଲୋକଙ୍କ ପାଖରେ ପହଞ୍ଚି ପାରିଛି । ସୁଭଦ୍ରା ଯୋଜନା, ଆୟୁଷ୍ମାନ ଭାରତ ରାଜ୍ୟରେ ଲାଗୁ ହୋଇଛି । ସ୍ୱଚ୍ଛ ଭାରତ ଅଭିଯାନରେ ଓଡିଶା ପ୍ରଶଂସନୀୟ କାର୍ଯ୍ୟ କରୁଛି । ଏଥିପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବାକୁ ଚାହୁଁଛି । ପିଏମ ଜନମନ ଯୋଜନା ରାଷ୍ଟ୍ରପତିଙ୍କ ପାଇଁ ହିଁ ଆରମ୍ଭ ହୋଇଛି । ଜନଜାତି ଲୋକଙ୍କ ପାଇଁ ଏହି ଯୋଜନା ଆରମ୍ଭ କରାଯାଇଛି । ମୟୁରଭଞ୍ଜରେ ଆଉ ଏକ ନବୋଦୟ ବିଦ୍ୟାଳୟ ପାଇଁ ଅନୁମତି ଦେଉଛି । ଆସନ୍ତାକାଲିର ଯୋଗ ଦିବସରେ ଅଧିକରୁ ଅଧିକ ସାମିଲ ହୁଅନ୍ତୁ ବୋଲି କହିଛନ୍ତି ମୋଦି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking