33.3 C
Bhubaneswar
Saturday, June 20, 2026
Homeଓଡିଶାମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା “ରାଇରଙ୍ଗପୁର ପୋଲିସ ଜିଲ୍ଲା”ର ଶୁଭ ଉଦଘାଟିତ

ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା “ରାଇରଙ୍ଗପୁର ପୋଲିସ ଜିଲ୍ଲା”ର ଶୁଭ ଉଦଘାଟିତ

ଭୁବନେଶ୍ୱର: ଓଡ଼ିଶାର ପୋଲିସ ବ୍ୟବସ୍ଥାକୁ ଅଧିକ ସୁଦୃଢ଼, ଜନମୁଖୀ ଓ କାର୍ଯ୍ୟକ୍ଷମ କରିବା ଦିଗରେ ଏକ ଐତିହାସିକ ଅଧ୍ୟାୟ ଯୋଡ଼ି ହୋଇଛି। ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆନୁଷ୍ଠାନିକ ଭାବେ“ରାଇରଙ୍ଗପୁର ପୋଲିସ ଜିଲ୍ଲା”ର ଉଦଘାଟନ କରିଛନ୍ତି।ଏହି ଗୌରବମୟ ଅବସରରେ ଓଡ଼ିଶାର ରାଜ୍ୟପାଳ ଶ୍ରୀ ହରିବାବୁ କମ୍ଭମପାଟି , ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ , ମୟୂରଭଞ୍ଜ ଲୋକସଭା ସାଂସଦ ଶ୍ରୀ ନବଚରଣ ମାଝୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ରାଇରଙ୍ଗପୁର ବିଧାୟକ ଶ୍ରୀ ଜୋଲେନ ନାଏକ, କରଞ୍ଜିଆ ବିଧାୟକ ଶ୍ରୀ ପଦ୍ମଚରଣ ହାଇବୁରୁ ଏବଂ ସାରସକଣା ବିଧାୟକ ଶ୍ରୀ ଭଦବ ହାଁସଦା ପ୍ରମୁଖ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ, ଆରକ୍ଷୀ ମହାନିର୍ଦ୍ଦେଶକ (କ୍ରାଇମବ୍ରାଞ୍ଚ) ଶ୍ରୀ ବିନୟତୋଷ ମିଶ୍ର, ପୂର୍ବାଞ୍ଚଳ ରେଞ୍ଜ ଡି.ଆଇ.ଜି. ଶ୍ରୀ ପିନାକ ମିଶ୍ର, ମୟୂରଭଞ୍ଜ ଏସ୍.ପି. ଶ୍ରୀ ବରୁଣ ଗୁଣ୍ଟୁପାଲି, ମୟୂରଭଞ୍ଜ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସାଏ, ବାରିପଦା ଉପ-ଜିଲ୍ଲାପାଳ ଶ୍ରୀମତୀ କସ୍ତୁରୀ ପଣ୍ଡା ଏବଂ ରାଇରଙ୍ଗପୁର ଏସ୍.ପି. ଶ୍ରୀ ସୁରେଶ କୁମାର ପାତ୍ରଙ୍କ ସମେତ ବହୁ ବିଶିଷ୍ଟ ଅତିଥି ଉପସ୍ଥିତ ଥିଲେ।ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶା ସରକାରଙ୍କ ଦ୍ୱାରା ଅଗଷ୍ଟ ୨୦୨୫ରେ ପୂର୍ବତନ ମୟୂରଭଞ୍ଜ ପୋଲିସ ଜିଲ୍ଲାର ପୁନର୍ଗଠନ କରାଯାଇ ରାଇରଙ୍ଗପୁର ପୋଲିସ ଜିଲ୍ଲା ସୃଷ୍ଟି କରାଯାଇଥିଲା। ଆଜିର ଉଦ୍ଘାଟନ ପରେ ଏହି ପୋଲିସ ଜିଲ୍ଲା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇଛି। ନୂତନ ପୋଲିସ ଜିଲ୍ଲା ଅଧୀନରେ ୨ଟି ପୋଲିସ ଉପଖଣ୍ଡ ଓ ୧୪ଟି ଥାନା ରହିଛି, ଯାହା ଦ୍ୱାରା ଜନସାଧାରଣଙ୍କୁ ଅଧିକ ଦ୍ରୁତ, ସହଜ ଓ ଗୁଣାତ୍ମକ ପୋଲିସ ସେବା ପ୍ରଦାନ ସମ୍ଭବ ହେବ।

ରାଇରଙ୍ଗପୁର ପୋଲିସ ଜିଲ୍ଲାର ଶୁଭାରମ୍ଭ ଓଡ଼ିଶା ପୋଲିସର ଜନସେବା, ଜନସୁରକ୍ଷା ଓ ଉତ୍ତମ ଶାସନ ପ୍ରତି ଅତୁଟ ପ୍ରତିବଦ୍ଧତାର ଆଉ ଏକ ମାଇଲଖୁଣ୍ଟ। ଏହା ଦ୍ୱାରା ଅଞ୍ଚଳରେ ଆଇନ-ଶୃଙ୍ଖଳା ବ୍ୟବସ୍ଥା ଆହୁରି ସୁଦୃଢ଼ ହେବା ସହ ଅପରାଧ ନିୟନ୍ତ୍ରଣ, ତ୍ୱରିତ ପୋଲିସ ପ୍ରତିକ୍ରିୟା ଏବଂ ଲୋକମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବାରେ ନୂତନ ଦିଗ ପ୍ରଦାନ କରିବ।ଓଡ଼ିଶା ପୋଲିସ ସର୍ବଦା “ଜନସେବା ଓ ଜନସୁରକ୍ଷା”କୁ ସର୍ବୋଚ୍ଚ ପ୍ରାଥମିକତା ଦେଇଆସିଛି। ରାଇରଙ୍ଗପୁର ପୋଲିସ ଜିଲ୍ଲାର ଶୁଭାରମ୍ଭ ଏହି ଲକ୍ଷ୍ୟକୁ ଆହୁରି ସୁଦୃଢ଼ କରିବା ସହ ଲୋକମାନଙ୍କ ମଧ୍ୟରେ ପୋଲିସ ପ୍ରତି ବିଶ୍ୱାସ ଓ ଆସ୍ଥାକୁ ଅଧିକ ସୁଦୃଢ଼ କରିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking