26.1 C
Bhubaneswar
Thursday, April 30, 2026
Homeଓଡିଶାଜଙ୍ଗଲ ନିଆଁ ନିବାରଣ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ

ଜଙ୍ଗଲ ନିଆଁ ନିବାରଣ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ

ରାୟଗଡl: ରାୟଗଡl ଜିଲ୍ଲା ବନଖଣ୍ଡ ଅଧିକାରୀ କାର୍ଯ୍ୟାଳୟ ସଭାଗୃହରେ ରାୟଗଡା ବନ ଖଣ୍ଡ ଅଧୀନସ୍ଥ ଜଙ୍ଗଲ କ୍ଷେତ୍ରରେ ଜଙ୍ଗଲ ନିଆଁ ନିବାରଣ ଓ ସଚେତନତା ପତ୍ରିକା ବିତରଣ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ ହୋଇଛି। ବୈଠକରେ ରାୟଗଡା ଜିଲ୍ଲା ବନଖଣ୍ଡ ଅଧିକାରୀ ସଚିନ ଆନ୍ନା ସାହେବ ଓହୋଲଙ୍କ ଅଧ୍ୟକ୍ଷତାରେ ଉପ ବନ ସଂରକ୍ଷକ ଅଶୋକ କୁମାର ପ୍ରଧାନ, ଏସିଏଫ୍ ସଫିସ କୁମାର ଧର, ଏସିଏଫ୍ ସନ୍ଦୀପ କୁମାର ପୃଷ୍ଟି, ରାୟଗଡା ରେଞ୍ଜର କାମେଶ୍ୱର ଆଚାରୀ, ଗୁଣୁପୁର ରେଞ୍ଜର ଗଙ୍ଗାଧର ମିଶ୍ର, ଗୁଡାରୀ ରେଞ୍ଜର ସୁକୁମାର ଦୁଖୁ, ମୁନିଗୁଡା ରେଞ୍ଜର ପ୍ରବୀଣ କୁମାର ଦାସ, କାଶିପୁର ରେଞ୍ଜର ସଚିଦାନନ୍ଦ ପରିଡା ସମେତ ବନ ବିଭାଗର ବିଭିନ୍ନ କର୍ମକର୍ତ୍ତା, ଫରେଷ୍ଟ ଗାର୍ଡ, ଜଙ୍ଗଲ ସୁରକ୍ଷା କମିଟି ସଦସ୍ୟ ଓ ସ୍ଥାନୀୟ ସାମ୍ବାଦିକମାନେ ଉପସ୍ଥିତ ଥିଲେ।ଗ୍ରୀଷ୍ମ ଋତୁରେ ବଢୁଥିବା ଜଙ୍ଗଲ ନିଆଁ ସମସ୍ୟା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଜଙ୍ଗଲରେ ଅବୈଧ ଭାବେ ନିଆଁ ଲଗାଇବାକୁ କଠୋର ଭାବରେ ନିଷେଧ କରାଯାଇଥିବା ବେଳେ, କୌଣସି ସ୍ଥାନରେ ନିଆଁ ଲାଗିଲେ ସାଙ୍ଗେ ସାଙ୍ଗେ ବନ ବିଭାଗକୁ ସୂଚନା ଦେବାକୁ ସାଧାରଣ ଲୋକଙ୍କୁ ଅନୁରୋଧ କରାଯାଇଥିଲା। ଏହି ଅବସରରେ ଗ୍ରାମବାସୀମାନଙ୍କୁ ଜଙ୍ଗଲ ସୁରକ୍ଷା ଓ ନିଆଁ ନିବାରଣ ସମ୍ପର୍କିତ ସଚେତନତା ପତ୍ରିକା ବଣ୍ଟନ କରାଯାଇଥିଲା। ଜଙ୍ଗଲ ନିଆଁ ରୋକିବା ପାଇଁ ଫାୟାର ଲାଇନ୍ ସୃଷ୍ଟି, ସମୟୋଚିତ ପ୍ୟାଟ୍ରୋଲିଂ ଓ ସଚେତନତା କାର୍ଯ୍ୟକ୍ରମକୁ ଅଧିକ ଜୋରଦେଇ କାର୍ଯ୍ୟକରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ ହୋଇଥିଲା। ଡିଏଫଓ ସଚିନ ଆନ୍ନା ସାହେବ ଓହୋଲ କହିଥିଲେ ଯେ, ଜଙ୍ଗଲ ଆମର ଅମୂଲ୍ୟ ପ୍ରାକୃତିକ ସମ୍ପଦ ଓ ଏହାର ସୁରକ୍ଷା ପାଇଁ ସମସ୍ତଙ୍କ ସମ୍ମିଳିତ ସହଯୋଗ ଅତ୍ୟାବଶ୍ୟକ ରହିଛି। ସ୍ଥାନୀୟ ଲୋକମାନେ ମଧ୍ୟ ଜଙ୍ଗଲ ସୁରକ୍ଷାରେ ସକ୍ରିୟ ଭାଗ ନେବାକୁ ପ୍ରତିଶ୍ରୁତି ବ୍ୟକ୍ତ କରିଥିଲେ।ଏହି ବୈଠକ ମାଧ୍ୟମରେ ଜଙ୍ଗଲ ନିଆଁ ନିବାରଣ ସମ୍ପର୍କିତ ସଚେତନତା ବୃଦ୍ଧି ପାଇବ ବୋଲି ବନ ବିଭାଗ ପକ୍ଷରୁ ଆଶା ପ୍ରକାଶ କରିଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking