29.1 C
Bhubaneswar
Wednesday, April 29, 2026
Homeଓଡିଶାଭୁବନେଶ୍ୱର ସରକାରୀ ପଲିଟେକନିକରେ କ୍ୟାମ୍ପସ ଟୁ କ୍ୟାରିୟର କାର୍ଯ୍ୟକ୍ରମ

ଭୁବନେଶ୍ୱର ସରକାରୀ ପଲିଟେକନିକରେ କ୍ୟାମ୍ପସ ଟୁ କ୍ୟାରିୟର କାର୍ଯ୍ୟକ୍ରମ

ଭୁବନେଶ୍ୱର: ନିଯୁକ୍ତି ଶିକ୍ଷା ଗ୍ରହଣର ଶେଷ ନୁହେଁ ବରଂ ଏକ ନୂତନ ଅଧ୍ୟାୟର ଆରମ୍ଭ। ଭୁବନେଶ୍ୱର ସରକାରୀ ପଲିଟେକନିକରେ ଆୟୋଜିତ କ୍ୟାମ୍ପସ ଟୁ କ୍ୟାରିଅର କାର୍ଯ୍ୟକ୍ରମ ଅବସରରେ ଅନୁଷ୍ଠାନର ୪ଶହରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପତ୍ର ବିତରଣ କରି ଏହା କହିଛନ୍ତି ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ । ବିଭିନ୍ନ ଟ୍ରେଡରେ ପ୍ରଶିକ୍ଷଣ ଶେଷ କରିବା ପରେ, ୩୨ରୁ ଅଧିକ ପ୍ରତିଷ୍ଠିତ କମ୍ପାନି ଯଥା ଟାଟା ପାଓ୍ୱାର, ଜେଓସ୍ଡବ୍ଲୁ, ପେଟିଏମ, ୟାଜାକି ଓ ମେଡ୍ ପ୍ଲସ ଆଦିରେ ଏହି ଛାତ୍ରଛାତ୍ରୀମାନଙ୍କୁ କ୍ୟାମ୍ପସ ପ୍ଲେସମେଣ୍ଟ ଜରିଆରେ ନିଯୁକ୍ତି ସୁଯୋଗ ମିଳିଛି । ଏମାନଙ୍କ ମଧ୍ୟରେ ୧୭୫ ଜଣ ଛାତ୍ର ଓ ୨୩୪ ଜଣ ଛାତ୍ରୀ ରହିଛନ୍ତି । ପେଟିଏମ୍ ଭଳି କମ୍ପାନି ବାର୍ଷିକ ସର୍ବାଧିକ ୩.୯୫ଲକ୍ଷରେ ନିଯୁକ୍ତି ସୁଯୋଗ ପ୍ରଦାନ କରିଛି ।

ଏହି ଅବସରରେ ମନ୍ତ୍ରୀ, ଉଦବୋଧନ ଦେଇ କହିଥିଲେ ଯେ, ଛାତ୍ରଛାତ୍ରୀଙ୍କ ଏହି ସଫଳତା, ରାଜ୍ୟରେ ଦକ୍ଷତା ବିକାଶର ପ୍ରକୃତ ଚିତ୍ରକୁ ପରିପ୍ରକାଶ କରୁଛି । କେବଳ ରୋଜଗାରକ୍ଷମ ହେବା ନୁହେଁ, ପ୍ରତିଯୋଗିତାମୂଳକ ବଜାରରେ ନିଜକୁ ଅନ୍ୟମାନଙ୍କ ମଧ୍ୟରେ ପ୍ରତିଷ୍ଠିତ କରାଇବା ହିଁ ପ୍ରକୃତ ଦକ୍ଷତା ବିକାଶ ବୋଲି କହିଥିଲେ ମନ୍ତ୍ରୀ । ନିଯୁକ୍ତି ପତ୍ର ବିତରଣ ସହ କ୍ୟାମ୍ପସ ପରିସରରେ, ବିଭିନ୍ନ ପ୍ରଶିକ୍ଷଣ ୟୁନିଟ୍ ତଥା ଲ୍ୟାବରୁ ବାହାରୁ ଥିବା ବର୍ଜ୍ୟବସ୍ତୁ, ଅଦରକାରୀ ସାମଗ୍ରୀ ବା ଯନ୍ତ୍ରପାତିର ଭଗ୍ନାଂଶ ଆଦିକୁ ନେଇ, ପ୍ରତିଷ୍ଠା କରାଯାଇଥିବା ଓ୍ୱେଷ୍ଟ ଟୁ ଓ୍ୱେଲଥ ସ୍କିଲ ପାର୍କର ଶୁଭ ଉଦଘାଟନ କରାଯାଇଥିଲା। ପରିବେଶ ସୁରକ୍ଷା ସହ ଗ୍ରୀନ ସ୍କିଲ ହାସଲ ଦିଗରେ ଏହି ପାର୍କଟି ବେଶ୍ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଥିଲେ। ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ସହ ପରିବେଶ ସୁରକ୍ଷା ଦିଗରେ ଏହି ଅଭିନବ ପ୍ରୟାସକୁ ସେ ପ୍ରଶଂସା କରିଥିଲେ। ଏହାସହ ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ବାଇଁ ସରକାରୀ ପଲିଟେକନିକ ବୁଲି ଦେଖିଥିଲେ ।

ସେହିପରି, ସୁଦକ୍ଷା ଯୋଜନା ଜରିଆରେ, ସରକାରୀ ପଲିଟେକ୍ନିକ ଭୁବନେଶ୍ୱରରୁ ସଫଳତାର ସହ ତାଲିମ ଶେଷ କରି ନିଯୁକ୍ତି ପାଇବାକୁ ଥିବା ୧୬୮ଜଣ ଛାତ୍ରୀଙ୍କ ସଫଳ ଯାତ୍ରାକୁ ନେଇ, ଅନୁଷ୍ଠାନ ତରଫରୁ ପ୍ରକାଶିତ ପୁସ୍ତକ ନାରୀ ବନ୍ଦନା, ଏମ୍ପାଓ୍ୱାରିଂ ନାରୀଶକ୍ତି ର ଉନ୍ମୋଚନ କରିଥିଲେ ମନ୍ତ୍ରୀ ଶ୍ରୀ ସ୍ବାଇଁ । ପୁସ୍ତିକା ଉନ୍ମୋଚନ ଅବସରରେ, ମାନ୍ୟବର ମନ୍ତ୍ରୀ, ସଫଳ ଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସୁଦକ୍ଷା ଯୋଜନାର ସୁଯୋଗ ନେବା ପାଇଁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଶ୍ରୀଯୁକ୍ତ ଭୂପେନ୍ଦ୍ର ସିଂ ପୁନିଆ, ରାଜ୍ୟ ବୈଷୟିକ ଶିକ୍ଷା ଏବଂ ଧନ୍ଦାମୂଳକ ପ୍ରଶିକ୍ଷଣ ପରିଷଦର ସଚିବ ଶ୍ରୀଯୁକ୍ତ ସ୍ବପ୍ନ କୁମାର ମିଶ୍ର, ସରକାରୀ ପଲିଟେକ୍ନିକ ଅଧ୍ୟକ୍ଷ ଡକ୍ଟର ରଜତ ପାଣିଗ୍ରାହୀ, ଅଧ୍ୟାପକ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking