ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଭୁବନ ବିଜ୍ଞାପିତ ଅଞ୍ଚଳ ୱାର୍ଡ ନମ୍ବର ୧୨ ବାସିନ୍ଦା ଦୀନବନ୍ଧୁ ସାହୁଙ୍କ ଏକ ମାତ୍ର ପୁଅ ଧର୍ମେନ୍ଦ୍ର ସାହୁଙ୍କୁ କେହି ଜଣେ ଦୁର୍ବୃତ୍ତ ଧାରୁଆ ଅସ୍ତ୍ର ସାହାଯ୍ୟରେ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ ସାହି ବାସିନ୍ଦା । ସୂଚନାରୁ ଜଣାପଡ଼ିଛି ବିଳମ୍ବିତ ରାତିରେ ଶିବ ବିବାହ ରୋଷଣୀ ଚାଲିଥୁବା ସମୟରେ ବ୍ରାହ୍ମଣୀ ଦେବି ଛକରେ ରୋଷଣୀ ଦେଖୁଥିଲେ ଧର୍ମେନ୍ଦ୍ର, ଏହି ସମୟରେ କେହି ଜଣେ ଦୁର୍ବୃତ୍ତ ଭିଡ଼ ଭିତରୁ ବାହାରି ହଠାତ ଆକ୍ରମଣ କରିବା ଆରମ୍ଭ କରିଥିଲେ । ନିଜକୁ ରକ୍ଷା କରିବାକୁ ଯାଇ ହାତକୁ ମୁଣ୍ଡ ଉପରେ ରଖିବା ସମୟରେ ବାମ ହାତରେ ଗଭୀର ଅସ୍ତ୍ର ଚୋଟ ପଡ଼ିଥିଲା । ଏନେଇ ଭୁବନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବାପା ଦୀନବନ୍ଧୁ ।










