38.3 C
Bhubaneswar
Friday, June 19, 2026
Homeଓଡିଶାଧୁମଧାମରେ ସରିଲା ବାବା ଲିଙ୍ଗରାଜ-ମାତା ପାର୍ବତୀଙ୍କ ବିବାହ

ଧୁମଧାମରେ ସରିଲା ବାବା ଲିଙ୍ଗରାଜ-ମାତା ପାର୍ବତୀଙ୍କ ବିବାହ

ଭୁବନେଶ୍ୱର: ସରିଲା ମହାଦେବ ଓ ମାତା ପାର୍ବତୀଙ୍କ ବିବାହ । ସମସ୍ତ ନୀତିକାନ୍ତି ସହ କେଦାରଗୌରୀ ମନ୍ଦିରରେ ଭୋରରୁ ସମ୍ପନ୍ନ ହୋଇଥିଲା ବାବା ଲିଙ୍ଗରାଜ ଓ ମାତା ପାର୍ବତୀଙ୍କ ବିବାହ । ପବିତ୍ର ଶୀତଳଷଷ୍ଠୀ ପାଇଁ ଉତ୍ସବ ମୁଖର ଏକାମ୍ରକ୍ଷେତ୍ର । ଗତକାଲି ମଧ୍ୟରାତ୍ର ପ୍ରାୟ ୧୨ ଟା ସମୟରେ ବାହାରିଥିଲା ପ୍ରଭୁ ଲିଙ୍ଗରାଜଙ୍କ ବରଯାତ୍ରୀ । ରାତି ୧ଟା ୪୦ରେ କେଦାରଗୌରୀ ମନ୍ଦିରରେ ପହଞ୍ଚିଥିଲେ ।ଯେଉଁଥିରେ ସାମିଲ ହୋଇଥିଲେ ଶହ ଶହ ଶ୍ରଦ୍ଧାଳୁ । ଭୋର ୫ଟା ୨୦ରେ ପଡ଼ିଥିଲା ହାତଗଣ୍ଠି । ବିବାହ ସମ୍ପନ୍ନ ହେବା ପରେ ଆଜି ସପ୍ତମୀ ତିଥିରେ ଏକତ୍ର ଦର୍ଶନ ଦେଉଛନ୍ତି ବାବା ଲିଙ୍ଗରାଜ ଓ ମାତା ପାର୍ବତୀ । ଯାହାକୁ ଯୁଗଳବନ୍ଦୀ ଦର୍ଶନ କୁହାଯାଉଛି । ନବ ଦମ୍ପତିଙ୍କୁ ଏକତ୍ର ଦର୍ଶନ କରିବାକୁ ସକାଳୁ ସକାଳୁ ମନ୍ଦିରରେ ଲାଗିଛି ଭିଡ଼ । ବିଶ୍ଵାସ ରହିଛି ଯୁଗଳବନ୍ଦୀ ଦର୍ଶନ କରିଲେ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ । ଲିଙ୍ଗରାଜ ମନ୍ଦିର ଭଳି ଏଠି ମଧ୍ୟ ସମାନ ନୀତିକାନ୍ତି କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking