34.1 C
Bhubaneswar
Saturday, May 2, 2026
Homeଓଡିଶାହାତୀଆଶୁଣି ରାସ୍ତାରେ ପୁଣି ଜବରଦଖଲ ଉଚ୍ଛେଦ

ହାତୀଆଶୁଣି ରାସ୍ତାରେ ପୁଣି ଜବରଦଖଲ ଉଚ୍ଛେଦ

ଭୁବନେଶ୍ୱର: ଭୁବନେଶ୍ୱରରେ ପୁଣି ବୁଲିଲା ବୁଲଡୋଜର । ସହରର ଗୁରୁତ୍ୱପୂର୍ଣ୍ଣ ହାତୀଆଶୁଣି ରାସ୍ତାକୁ ଜବରଦଖଲ ମୁକ୍ତ କରିବା ପାଇଁ ଅଣ୍ଟା ଭିଡିଛି ପ୍ରଶାସନ । ଏକାମ୍ର କାନନ ରାସ୍ତାର ଗୋଟିଏ ପାଶ୍ୱର୍ରୁ ଆଜି ଠାରୁ ବଡ ଧରଣର ଉଚ୍ଛେଦ ଆରମ୍ଭ ହୋଇଛି । ୨୦୦ ଫୁଟିଆ ରାସ୍ତା ପାଇଁ ବାଧକ ସାଜିଥିବା ଘରଗୁଡିକୁ ଆଜି ଭଙ୍ଗା ଯାଉଛି । ବିଏମସି ଏବଂ ବିଡିଏ ପକ୍ଷରୁ ମିଳିତ ଭାବେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆଜି ଗୋଟିଏ ଦିନରେ ପ୍ରାୟ ୮୧ଟି ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ପ୍ରଶାସନ । ସୂଚନା ଯୋଗ୍ୟ ଯେ, ପୂର୍ବରୁ ଏହି ଅଞ୍ଚଳରେ ୫୫୦ରୁ ଅଧିକ ଜବରଦଖଲ ହଟାଯାଇ ସାରିଛି । ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ପୂର୍ତ୍ତମନ୍ତ୍ରୀଙ୍କ ସମୀକ୍ଷା ଅନୁଯାୟୀ, ଆସନ୍ତା ଏପ୍ରିଲ ୩୦ ତାରିଖ ସୁଦ୍ଧା ଏହି ରାସ୍ତାକୁ ସମ୍ପୁର୍ଣ୍ଣ ରୂପେ ଖୋଲିବା ପାଇଁ ନିର୍ଦ୍ଦେଶ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking