40.7 C
Bhubaneswar
Wednesday, June 10, 2026
Homeଓଡିଶାମୋଦୀଙ୍କ ରେକର୍ଡ ସଫଳତାକୁ ନେଇ ଲିଙ୍ଗରାଜ ମନ୍ଦିରରେ ପୂଜାର୍ଚ୍ଚନା

ମୋଦୀଙ୍କ ରେକର୍ଡ ସଫଳତାକୁ ନେଇ ଲିଙ୍ଗରାଜ ମନ୍ଦିରରେ ପୂଜାର୍ଚ୍ଚନା

ଭୁବନେଶ୍ୱର: ଆଜି ନେହେରୁଙ୍କ ରେକର୍ଡ ଭାଙ୍ଗିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସର୍ବାଧିକ ଅବଧିର ନିର୍ବାଚିତ ପ୍ରଧାନମନ୍ତ୍ରୀ ହେଲେ ମୋଦୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବାଧୀନ ଭାରତରେ ସବୁଠୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବେ ଜବାହରଲାଲ ନେହରୁଙ୍କ ରେକର୍ଡ ଭାଙ୍ଗିଛନ୍ତି ।  ସେ ଦେଶର ସବୁଠୁ ଲମ୍ବା କାର୍ଯ୍ୟକାଳ ପର୍ଯ୍ୟନ୍ତ ନିର୍ବାଚିତ ପ୍ରଧାନମନ୍ତ୍ରୀ ବିବେଚିତ ହୋଇଛନ୍ତି ।ମୋଦୀ ୨୦୧୪ ମେ ୨୬ରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ପଦରେ ଶପଥ ନେଇଥିଲେ ଏବଂ ଆଜି ଅର୍ଥାତ ୨୦୨୬ ଜୁନ ୧୦ ସୁଦ୍ଧା ତାଙ୍କ କାର୍ଯ୍ୟକାଳର ୪,୩୯୯ ଦିନ ପୂରଣ ହୋଇଛି । ଏନେଇ ଆଜି ବିଜେପି ପକ୍ଷରୁ ଲିଙ୍ଗରାଜ ମନ୍ଦିରରେ ପ୍ରଦୀପ ପ୍ରଜ୍ବଳନ ସହ ପୂଜାର୍ଚ୍ଛନା କରାଯାଇଛି । ବିଜେପି ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ ଉପସ୍ଥିତ ରହି ପୂଜାର୍ଚ୍ଛନା କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking