ଭୁବନେଶ୍ୱର: ଆସନ୍ତା ୧୨ ତାରିଖରେ ୨ ବର୍ଷର ହିସାବ ଦିଆଯିବ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି । ଆମେ ୨ ବର୍ଷରେ କଣ କରିଛୁ , ତାର ଉତ୍ତର ଆସନ୍ତା ୧୨ରେ ଦେବୁ । ସରକାର ଗଠନର ୨୪ ଘଣ୍ଟା ମଧ୍ୟରେ ସଂକଳ୍ପପତ୍ର ଅନୁସାରେ କାମ କରିଛୁ । କ୍ୟାବିନେଟ ଡାକି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛୁ କହିଛନ୍ତି, ମନମୋହନ । ପୂର୍ବରୁ ଚାଷୀଙ୍କୁ ୧୦ ଟଙ୍କା ବୋନସ ଦିଆଯାଇନଥିଲା , ଆମେ ୩୧୦୦ କଲୁ । ୪ ଥର ଧାନ କିଣି ସାରିଛୁ, ସୁଭଦ୍ରା ସହାୟତା ମଧ୍ୟ ଦେଇଛୁ ।










