ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ବୁଲନ୍ଦସହର ଜିଲ୍ଲାର ଖୁର୍ଜା ସହରରେ ଏକ ଜନ୍ମଦିନ ପାର୍ଟି ରକ୍ତାକ୍ତ ସଂଘର୍ଷରେ ପରିଣତ ହୋଇଛି। ଏକ ଛୋଟ ବିବାଦ ହଠାତ୍ ହିଂସାତ୍ମକ ରୂପ ନେଇଛି। ସୁଭାଷ ରୋଡରେ ଥିବା ଏକ ଜିମ୍ରେ ଏକ ଜନ୍ମଦିନ ପାର୍ଟି ସମୟରେ ବନ୍ଧୁମାନଙ୍କ ମଧ୍ୟରେ କେକ୍ ପାଇଁ ଯୁକ୍ତିତର୍କ ହୋଇଥିଲା, ଯାହା ଶୀଘ୍ର ହିଂସା ପରିଣତ ହୋଇଥିଲା। ବିବାଦ ଏତେ ବଢ଼ି ଯାଇଥିଲା ଯେ ଅଭିଯୁକ୍ତମାନେ ଆଖିବୁଜା ଗୁଳି ଚଳାଇବା ଆରମ୍ଭ କରିଦେଇଥିଲେ। ଏହି ଗୁଳିକାଣ୍ଡରେ ମନୀଷ ସାଇନି, ଆକାଶ ସାଇନି ଏବଂ ଅମରଜିତଙ୍କ ମୁଣ୍ଡରେ ଗୁଳି ବାଜିଥିଲା। ଗୁରୁତର ଅବସ୍ଥାରେ ତିନି ଜଣଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ପରେ ସମଗ୍ର ଅଞ୍ଚଳରେ ଆତଙ୍କର ବାତାବରଣ ଖେଳିଯାଇଥିଲା ।










