ବ୍ରହ୍ମପୁର: ସୁଧୀର ପାତ୍ର ହତ୍ୟା ଘଟଣାର କ୍ରାଇମ ସିନ ରିକ୍ରିଏସନ କଲା ପୋଲିସ । ରିମାଣ୍ଡରେ ଥିବା ୫ ଅଭିଯୁକ୍ତଙ୍କ ମଧ୍ୟରୁ କାଳୁ ପ୍ରଧାନଙ୍କୁ ନେଇ ଛାନଭିନ କରାଯାଇଛି । ପ୍ରଥମେ ଯେଉଁଠାରେ ସୁଧୀର ଭଲିବଲ ଖେଳନ୍ତି ସେହି ପଡିଆକୁ ନିଆଗଲା । ଭାବିନାରାୟଣପୁର ସ୍ଥିତ ଭଲିବଲ ପଡିଆକୁ ନେଇ ଚାଲିଛି ଛାନଭିନ । ଯେଉଁ ସ୍ଥାନରୁ ସୁଧୀରଙ୍କୁ ଅପହରଣ କଲେ ତାହା ଦେଖାଇଲା କାଳୁ । ଅପହରଣ ପରେ ପରେ କେଉଁ ସ୍ଥାନକୁ ନେଇ ପିଟି ମାରିଥିଲେ ତାହା ଦେଖାଇଲା । ସୁଧୀରଙ୍କୁ ହତ୍ୟା ବେଳର ବର୍ବରତା ସମସ୍ତଙ୍କୁ ବିଚଳିତ କରିବା ପରି ଥିଲା । ସୂଚନାଥାଉକି, ବହୁ ଚର୍ଚ୍ଚିତ ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ଭଲିବଲ ଖେଳି ସାରି ତାଙ୍କ ଶ୍ୱଶୁର ଘରକୁ ଆସିବା ବାଟରେ ତାଙ୍କୁ ଦୁର୍ବୃତ୍ତ ମାନେ ଅପହରଣ କରି ହତ୍ୟା କରିଥିଲେ । ପୂର୍ବରୁ କାଳୁଚରଣ ସୁଧୀରଙ୍କୁ ରେକି କରୁଥିଲେ । ସବୁ ତଥ୍ୟ ଦେଉଥିଲେ । ତାହା ଅନୁଯାୟୀ ସବୁ କିଛି ହେଉଥିଲା । ତେବେ ଏହି ହତ୍ୟା ମାମଲାରେ ସୁଧୀରଙ୍କ ନିଜ ଝିଆରୀ, ପୁତୁରା ସଂମ୍ପୃକ୍ତି ଅଛନ୍ତି ବୋଲି ପରିବାର ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି ।










