35.2 C
Bhubaneswar
Tuesday, April 21, 2026
Homeଓଡିଶାସଡକ ଦୁର୍ଘଟଣାରେ ଦୁଇ ଯୁବକଙ୍କ ମୃତ୍ୟୁ

ସଡକ ଦୁର୍ଘଟଣାରେ ଦୁଇ ଯୁବକଙ୍କ ମୃତ୍ୟୁ

ବୈପାରୀଗୁଡା: ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଯାଇଛି । ଘଟଣା ଅନୁଯାୟୀ, ବୈପାରୀଗୁଡା ବ୍ଲକ ଅନ୍ତର୍ଗତ କାନ୍ଦିଲିବେଡା ଗ୍ରାମର ମହେଶ୍ୱର ପେନ୍ଦାପାଡିଆ, ମଝାଗୁଡା ଗ୍ରାମର ରବିନନ୍ଦ ମସ୍ତି ଏବଂ ଡୁମରିଗୁଡା ଗ୍ରାମର କୃଷ୍ଣ ହନ୍ତାଳ ତିନି ଜଣ ମିଶି ଗୋଟିଏ ବାଇକରେ ଗତକାଲି ଗୁପ୍ତେଶ୍ୱର ଦର୍ଶନ ନିମନ୍ତେ ବାହାରିଥିଲେ । ଆଜି ସକାଳ ୮ଟା ବେଳେ ରାମଗିରି ପୋଲିସ ଫାଣ୍ଡି ନିକଟସ୍ଥ କାଳିଆ ଝୋଲି ନିକଟରେ ଏକ ବୁଲାଣି ରାସ୍ତାରେ ପିକଅପ ଭ୍ୟାନ ସହ ମୁହାଁମୁହିଁ ଧକ୍କା ହୋଇଥିଲେ । ଫଳରେ ମହେଶ୍ୱର ଏବଂ ରବିନନ୍ଦ ଗୁରୁତର ଆହତ ହୋଇଥିବା ବେଲେ କୃଷ୍ଣ ହନ୍ତାଳ ଆହତ ହୋଇଥିଲେ । ମହେଶ୍ୱର ଏବଂ ରବନନ୍ଦଙ୍କୁ ଗୁରୁତର ଅବସ୍ଥାରେ ବୈପାରିଗୁଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ପ୍ରାଥମିକ ଚିକିତ୍ସା ବେଳେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ । ଆହତ କୃଷ୍ଣ ହନ୍ତାଳ ବୈପାରୀଗୁଡା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking