35.2 C
Bhubaneswar
Tuesday, April 21, 2026
Homeଓଡିଶାଝୁଲନ୍ତା ଅବସ୍ଥାରେ ଗଛରୁ ଯୁବକଙ୍କ ମୃତଦେହ ଉଦ୍ଧାର 

ଝୁଲନ୍ତା ଅବସ୍ଥାରେ ଗଛରୁ ଯୁବକଙ୍କ ମୃତଦେହ ଉଦ୍ଧାର 

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା ଉଦଳାରେ ଅଭାବନୀୟ ଘଟଣା ଘଟିଛି। ଆଜି ସକାଳୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଜଣେ ରାଜସ୍ଥାନୀ ଯୁବକ କିଛି ଦିନ ତଳେ ମୟୁରଭଞ୍ଜ ଉଦଳା ଅଞ୍ଚଳର ଜଣେ ଝିଅକୁ ବିବାହ କରିଥିଲେ। ଆଉ ବାହାଘର ପରେ ଉଦଳା ଥାନା କୋଚିଳାଡିହା କଇଁଫୁଲିଆ ଗାଁରେ ସ୍ତ୍ରୀଙ୍କ ସହ ରହୁଥିଲେ। ଆଜି ସକାଳେ ଗ୍ରାମବାସୀମାନେ ବିଲ ଭିତରେ ଥିବା ଏକ ଗଛରେ ରାଜସ୍ଥାନୀ ଯୁବକ ରଘୁବୀର ଗୁଜରଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲେ। ବର୍ତ୍ତମାନ୍ ପର୍ଯ୍ୟନ୍ତ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡିନାହିଁ। ଖବର ପାଇ ଉଦଳା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking