ଭୁବନେଶ୍ୱର: ବଢିଲା ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ଲିଟର ପିଛା ୮୭ ପଇସା ବଢିଥିବା ବେଳେ ଡିଜେଲ ଲିଟର ପିଛା ୯୧ ପଇସା ବଢିଛି । ୧୦ ଦିନ ଭିତରେ ତିନିଥର ବଢିଲା ତେଲ ଦର । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଦର ୧୦୬.୩୨ ଟଙ୍କା ଥିବା ବେଳେ ଡିଜେଲ ଦର ୯୭. ୮୭ ଟଙ୍କାରେ ପହଞ୍ଚିଛି । ଦିଲ୍ଲୀର ଇନ୍ଧନ ଡିଲରମାନଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଜାତୀୟ ରାଜଧାନୀ ସମେତ ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇଛି । ପେଟ୍ରୋଲର ମୂଲ୍ୟ ଲିଟର ପିଛା ୮୭ ପଇସା ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୯୧ ପଇସା ବୃଦ୍ଧି ପାଇଛି । ତେବେ ଚଳିତ ମାସକ ମଧ୍ୟରେ ତୃତୀୟ ଥର ପାଇଁ ମୂଲ୍ୟ ବୃଦ୍ଧି ହୋଇଛି । ଏହି ମାସରେ ତୃତୀୟ ଥର ପାଇଁ ଇନ୍ଧନ ମୂଲ୍ୟ ବୃଦ୍ଧି ପାଇଛି ।
ଏହି ସପ୍ତାହର ଆରମ୍ଭରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଲିଟର ପିଛା ୯୦ ପଇସା ବୃଦ୍ଧି କରାଯାଇଥିଲା । ଯାହା କିଛି ଦିନ ପୂର୍ବରୁ ପ୍ରତି ଲିଟର ପିଛା ୩ ଟଙ୍କା ବୃଦ୍ଧି କରାଯାଇଥିଲା । ଏହି ବୃଦ୍ଧି ପରେ ମାଲ, ପରିବହନ ଶୁଳ୍କ ମହଙ୍ଗା ହେବାର ସମ୍ଭାବନା ରହିଛି, ଯାହା ଫଳରେ ଆଗାମୀ ଦିନରେ ଦୈନନ୍ଦିନ ଅତ୍ୟାବଶ୍ୟକୀୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇପାରେ । ଅଶୋଧିତ ତୈଳ ମୂଲ୍ୟରେ ଅସ୍ଥିରତା ନେଇ ଡିଲରମାନେ କହିଛନ୍ତି ଯେ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ପରିବର୍ତ୍ତନ ଏବଂ ତୈଳ କମ୍ପାନୀଗୁଡିକର ବର୍ଦ୍ଧିତ ମୂଲ୍ୟ ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି । ପ୍ରତ୍ୟେକ ଦିନ ସକାଳ ୬ଟାରେ ପେଟ୍ରୋଲ ଏବଂ ଡିଜେଲ ଦାମରେ ପରିବର୍ତ୍ତନ ହୋଇଥାଏ । ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ ଡ୍ୟୁଟି , ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ । ବୈଦେଶିକ ମୂଲ୍ୟ ସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟ ଉପରେ ନିର୍ଭର କରି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପ୍ରତିଦିନ ବଦଳିଥାଏ ।










