ଗଞ୍ଜାମ: ୯ ବର୍ଷର ନାବାଳକକୁ ଝୁଣି ଦେଲେ କୁକୁର । ଗଞ୍ଜାମ ଜିଲ୍ଲା ପାଟପୁର ଥାନା ମହାନଳା ଅଞ୍ଚଳରେ ପାଗଳ କୁକୁର ଆତଙ୍କ । ମୁଣ୍ଡର ଖପୁରୀ କାଢି ଦେଲେ କୁକୁର, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ଗଞ୍ଜାମ ଜିଲ୍ଲା ପାଟପୁର ମହାନଳା ଅଞ୍ଚଳରେ ନାବାଳକ ଜଣକ ଘର ଦାଣ୍ଡରେ ଖେଳୁଥିଲେ । ଏହି ସମୟରେ ୫ରୁ ଅଧିକ କୁକୁର ଘେରି ଝୁଣି ଦେଇଥିଲେ । ନାବାଳକ ଯେତେ ଚେଷ୍ଟା କରିଥିଲେ ମଧ୍ୟ ବାହାରି ପରିନଥିଲେ । ଶେଷରେ କୁକୁରମାନେ ଝୁଣି ଗୁରୁତର କରିଥିଲେ । ଗୁରୁତର ଅବସ୍ଥାରେ ନାବାଳକ ଜଣଙ୍କୁ ପ୍ରଥମେ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।










