କୋରାପୁଟ: କୋରାପୁଟ ଜିଲ୍ଲା ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପରେ ଅଗ୍ନିକାଣ୍ଡ । ଜଳ ବିଦ୍ୟୁତ ପ୍ରକଳ୍ପ କାର୍ଯ୍ୟାଳୟ କୋଠା ପରିସର ମଧ୍ୟରେ ସର୍ଟ ସର୍କିଟ ହୋଇ ନିଆଁ ଲାଗିଥିବା ସୂଚନା ମିଳିଛି । ଖବର ପାଇ ଲମତାପୁଟ ଅଗ୍ନିଶନ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହି ଅଗ୍ନିକାଣ୍ଡରେ ୪ ଜଣ କର୍ମଚାରୀ ଫସିଥିବା ଜଣାପଡିଛି । ପୂର୍ବରୁ ବି ଏହି କାର୍ଯ୍ୟାଳୟ ପରିସର ମଧ୍ୟରେ ଏପରି ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିଲା । ଏବେ ଏହି ଅଗ୍ନିକାଣ୍ଡ ଯୋଗୁଁ ବିଦ୍ୟୁତ ଉତ୍ପାଦନକୁ ବନ୍ଦ ରଖାଯାଇଛି । ସୂଚନା ଥାଉକି ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପରେ ଦୈନିକ ୧୨୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହେଉଛି । ପପ୍ରାୟ ୨୦୦ରୁ ଅଧିକ କର୍ମଚାରୀ କାମ କରୁଛନ୍ତି ।










