ଭୁବନେଶ୍ୱର: ଆଜି ପବିତ୍ର ଅକ୍ଷୟ ତୃତୀୟା । ଶ୍ରୀକ୍ଷେତ୍ର ହେଲାଣି ଚଳଚଞ୍ଚଳ । ଅନୁକୂଳ ହେବ ରଥ ନିର୍ମାଣ । ଆଜି ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ହେବ । ଏହା ଭିତରେ ୩୨୬ ଖଣ୍ଡ କାଠ ରଥଖଳାରେ ରହିଛି । ରଥ ନିର୍ମାଣକାରୀଙ୍କ ଦ୍ଵାରା ରଥ ନିର୍ମାଣ କରାଯିବ । ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ରଥଖଳା ପ୍ରସ୍ତୁତ ହେଉଛି । ବନଯାଗ ବିଧାରେ ପୂଜା ସମ୍ପାଦନା କରିବେ ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ସ୍ତ୍ରୋତୀୟ ବ୍ରାହ୍ମଣ । ଶ୍ରୀନହର ସାମ୍ନାରେ ରଥ ନିର୍ମାଣ ପାଇଁ ରଥଚାଳି ନିର୍ମାଣ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ ନୀତି ନିର୍ଘଣ୍ଟ ଅନୁସାରେ ଅପରାହ୍ଣରେ ଚନ୍ଦନ ଠାକୁରଙ୍କ ସହ ପଟୁଆରରେ ରଥଖଳାକୁ ବିଜେ ହେବେ ଶ୍ରୀଜିଉଙ୍କ ଆଜ୍ଞମାଳ । ତିନି ଜଣ ପୂଜାପଣ୍ଡା ସାମନ୍ତ ଆଣିବେ ୩ଟି ଆଜ୍ଞାମାଳ । ମୁଖ୍ୟ ବିଶ୍ୱକର୍ମା ରୂପକାର, କମାର, ଚିତ୍ରକର, ଭୋଇ, ଅମୀନ ସେବକମାନେ ଉପସ୍ଥିତ ରହିବେ । ଅନ୍ୟପଟେ ଆଜି ପବିତ୍ର ଅକ୍ଷୟ ତୃତୀୟାରେ ମହାପ୍ରଭୁଙ୍କର ଦୁଇଟି ଅନନ୍ୟ ପରମ୍ପରା ରହିଛି । ମହାପ୍ରଭୁଙ୍କ ୨୧ ଦିନ ଧରି ଆଜି ଠାରୁ ଚନ୍ଦନ ଯାତ୍ରାରେ ବାହାରିବେ ।










