ମୟୂରଭଞ୍ଜ: ଜନଗଣନା କରିବାକୁ ନିଖୋଜ ଶିକ୍ଷୟିତ୍ରୀ । ତିନି ଦିନ ହେଲାଣି ମିଳୁନି ପତ୍ତା ଗତ ୧୮ ତାରିଖ ଶନିବାରଠୁ ଜନଗଣନା କରିବାକୁ ଯାଇ ନିଖୋଜ ଅଛନ୍ତି । ଶିକ୍ଷୟିତ୍ରୀ ଜଣଙ୍କ ବାରିପଦା ସଦର ଥାନା ଅନ୍ତର୍ଗତ ଢେଙ୍କିନେଞ୍ଜିଆ ସରକାରୀ ୟୁପି ସ୍କୁଲରେ ମାତ୍ର ୬ ମାସ ହେବ ନୂତନ ଭାବେ ନିଯୁକ୍ତି ପାଇଥିଲେ । ଶିକ୍ଷୟିତ୍ରୀ ଜଣଙ୍କ ଭଡା ଘର ମାଲିକ ଏବଂ ଶିକ୍ଷୟିତ୍ରୀଙ୍କ ଭାଇ ନିଖୋଜ ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାର ତଦନ୍ତ ଜାରି ରଖିଛି ବାରିପଦା ସଦର ଥାନା ପୋଲିସ । ନିଖୋଜ ଶିକ୍ଷୟିତ୍ରୀ ଜଣଙ୍କ ପୁରୀ ଜିଲ୍ଲା କଣାସ ବ୍ଲକ ଅଞ୍ଚଳର ବୋଲି ଜଣାପଡିଛି । ଗତ ୧୮ ତାରିଖ ସକାଳୁ ଢେଙ୍କିନେଞ୍ଜିଆ ଗାଁକୁ ଜନଗଣନା ପାଇଁ ବାହାରିଥିଲେ , ତାପରେ ଆଉ ଫେରିନାହାନ୍ତି । ପୁଲିସ ତାଙ୍କ ମୋବାଇଲ ଟ୍ରାକିଂ କରିବା ସହ ସ୍ଥାନୀୟ ଅଞ୍ଚଳ ଏବଂ ଶିକ୍ଷୟିତ୍ରୀଙ୍କ ସମ୍ପର୍କୀୟ ଓ ବନ୍ଧୁ ବାନ୍ଧବଙ୍କ ଘରେ ମଧ୍ୟ ଖୋଜାଖୋଜି କରୁଛି । ତାଙ୍କ ମୋବାଇଲ ଫୋନ ବନ୍ଦ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଶିକ୍ଷୟିତ୍ରୀଙ୍କ କୌଣସି ପତ୍ତା ନିଳିନାହିଁ ।









