31.1 C
Bhubaneswar
Monday, April 27, 2026
Homeଦେଶ ବିଦେଶଆଜିଠୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୁଇଦିନିଆ ସିକିମ ଗସ୍ତ

ଆଜିଠୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୁଇଦିନିଆ ସିକିମ ଗସ୍ତ

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ଦୁଇଦିନିଆ ସିକିମ ଗସ୍ତରେ ଯାଉଛନ୍ତି। ସେ ରାଜ୍ୟର ୫୦ତମ ପ୍ରତିଷ୍ଠା ଦିବସ ପାଳନର ଉଦଯାପନୀ ଉତ୍ସବରେ ଯୋଗଦେବେ। ୪ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟ ପ୍ରକଳ୍ପର ଶିଳାନ୍ୟାସ କରିବେ ମୋଦୀ । ଆଜି  ଅପରାହ୍ନ ୩ଟାରେ ମୋଦୀ ସିକିମର ରାଜଧାନୀ ଗ୍ୟାଙ୍ଗଟକରେ ପହଞ୍ଚିବେ । ସେ ଲିବିଂ ହେଲିପ୍ୟାଡରୁ  ଲୋକଭବନ ପର୍ଯ୍ୟନ୍ତ  ରୋଡ୍ ସୋ କରିବେ।  ମୋଦୀ ତାଙ୍କର ଦୁଇ ଦିନିଆ ଗସ୍ତ ସମୟରେ  ପ୍ରଧାନମନ୍ତ୍ରୀ ଶିକ୍ଷା, ସ୍ୱାସ୍ଥ୍ୟ, ସଂଯୋଗୀକରଣ, ଭିତ୍ତିଭୂମି, ପର୍ୟ୍ୟଟନ, ପରିବେଶ ଏବଂ କୃଷି ସହିତ ଜଡ଼ିତ ପ୍ରାୟ ୪ ହଜାର କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କରିବେ। ଏଥିରେ ନାମଚିରେ ଶହେ  ଶଯ୍ୟା ବିଶିଷ୍ଟ ହସ୍ପିଟାଲ, ଦେଓରାଲିରେ ୩୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ, ତିସ୍ତା ନଦୀ ଉପରେ ଦୁଇଟି ଡବଲ-ଲେନ୍ ଇସ୍ପାତ ସେତୁ ଏବଂ ଗ୍ୟାଙ୍ଗଟକରେ ସିଭିଲ ସର୍ଭିସ୍ ଅଫିସର୍ସ ଇନଷ୍ଟିଚ୍ୟୁଟ୍ ଅନ୍ତର୍ଭୁକ୍ତ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking