31.1 C
Bhubaneswar
Monday, April 27, 2026
Homeଓଡିଶାସୁଧୀର ପାତ୍ର ହତ୍ୟା ଘଟଣା: ବାଘୁଆ ଡ୍ୟାମ୍‌ରେ ଫୋପାଡିଥିଲେ ବନ୍ଧୁକ

ସୁଧୀର ପାତ୍ର ହତ୍ୟା ଘଟଣା: ବାଘୁଆ ଡ୍ୟାମ୍‌ରେ ଫୋପାଡିଥିଲେ ବନ୍ଧୁକ

ଗୋପାଳପୁର: ଗୋପାଳପୁର ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ଘଟଣା। ଭାଇରାଲ୍‌ ଭିଡିଓରେ ବ୍ୟବହୃତ ବନ୍ଧୁକକୁ ଖୋଜିବା ପ୍ରକ୍ରିୟା ଜାରି ରହିଛି। ବାଘୁଆ ଡ୍ୟାମ୍ ଭିତରେ ଅଗ୍ନିଶମଟିମ୍ ବନ୍ଧୁକ ଖୋଜାଖୋଜି ଜାରି ରଖିଛି। କ୍ରାଇମସିନ୍ ରିକ୍ରିଏସନ୍ ବେଳେ ମାନିଛନ୍ତି ଅଭିଯୁକ୍ତ ନାରାୟଣ ଓ ଆଶିଷ। ସେପଟେ ପୁଲିସ୍‌ ଏହି ଘଟଣାରେ ଗିରଫ କରିଥିବା ୯ ଜଣଙ୍କୁ ରିମାଣ୍ଡରେ ନେଇ ଅଧିକ ତଦନ୍ତ କରୁଛି। ରିମାଣ୍ଡରେ ଥିବା କାଳୁ ପ୍ରଧାନ ଏବଂ ସୂର୍ଯ୍ୟପ୍ରତାପ ଙ୍କୁ ନେଇ ପୁଲିସ୍‌ ପ୍ରଥମେ ଭାବି ନାରାୟଣପୁର ଗାଁର ଭଲିବଲ କୋର୍ଟ ନିକଟକୁ ନେଇ କ୍ରାଇମ ସିନ ରିକ୍ରିଏସନ କରିଥିଲା।  ସେଠାରେ ସେମାନେ କିଭଳି ସୁଧୀରଙ୍କ ପିଛା କରିବା ସହିତ ତାଙ୍କୁ ବୋଲେରୋ ପଛ ଗେଟ ଖୋଲି କିଭଳି ଅପହରଣ କରିଥିଲେ ତାହାର ଡେମୋ ଦେଖାଇଥିଲେ। ଏହାପରେ ଅଭିଯୁକ୍ତ ଆଶିଷ ମହାପାତ୍ର ସୂର୍ଯ୍ୟପ୍ରତାପ ସିଂ ଏବଂ ନାରାୟଣ ପ୍ରଧାନ ଙ୍କୁ ନେଇ ବୁଗୁଡ଼ା ରାମପାଦ ନିକଟ କିରିଆମ୍ବା ଜଙ୍ଗଲକୁ ନେଇ ପୁଲିସ୍‌ କ୍ରାଇମ ସିନ ରିକ୍ରିଏସନ କରାଇଥିଲା। ସେମାନେ ଧରିଥିବା ବନ୍ଧୁକକୁ ବୁଗୁଡ଼ା ବାଘୁଆ ଜଳଭଣ୍ଡାରରେ ଫୋଫାଡ଼ି ଦେଇ ଚାଲିଯାଇଥିଲେ। ପୁଲିସ୍‌ କ୍ରାଇମ ସିନ ରିକ୍ରିଏସନ କରିବା ପରେ ବାଘୁଆ ଜଳଭଣ୍ଡାର ନିକଟରେ ପହଞ୍ଚି ଅଗ୍ନିଶମ ବିଭାଗ ସହାୟତାରେ ବନ୍ଧୁକ ଖୋଜିବାକୁ ଚେଷ୍ଟା କରିଥିଲା।  ତେବେ ଜଳଭଣ୍ଡାର ର ୬୦ ଫୁଟ ଗଭୀରରେ ପାଣି ଥିବା ଯୋଗୁଁ ଆଜି ଚୁମ୍ବକ ମାଧ୍ୟମରେ ବନ୍ଧୁକ ବାହାର କରାଯିବ ବୋଲି ପୁଲିସ୍‌ ପକ୍ଷରୁ ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking