କନ୍ଧମାଳ: ଖରା ତାତିରେ ଜଳୁଛି ସାରା ଓଡିଶା । ସେପଟେ ଅଗ୍ନିକାଣ୍ଡରେ ଜଳୁଛି ବିସ୍ତୀର୍ଣ୍ଣ ଜଙ୍ଗଲ । କନ୍ଧମାଳ, କୋରାପୁଟ,ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରେ ଏକର ଏକର ଜଙ୍ଗଲ ଜଳୁଛି । ଫଳରେ ଅନେକ ବନ୍ୟଜନ୍ତୁ ନିଆଁର ଆଁରେ ପୋଡିଯାଉଛନ୍ତି । ପାଣିପାଗ ସନ୍ତୁଳନରେ ବିଗିଡିବାରେ ଲାଗିଛି । ଗୋଟେ ପଟେ ଖରା ତାତିରେ ସାରା ଓଡିଶା, ଅନ୍ୟପଟେ ଜଙ୍ଗଲରେ ନିଆଁ ଯୋଗୁଁ ଆକ୍ତାମାକ୍ତା ସାଘାରଣ ଜନତା କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି, ରାଇକିଆ ଭଳି ବିଭିନ୍ନ ବିଭିନ୍ନ ବନାଞ୍ଚଳରେ ଏବେ ଅଣାୟତ୍ତ ବନାଗ୍ନି । ସପ୍ତାହେ ହେବ ଜି. ଉଦୟଗିରି ବନାଞ୍ଚଳର କଳିଙ୍ଗାଘାଟି, ରାଇକିଆ ବନାଞ୍ଚଳର ପାବୁରିଆ ବିଟ ଏବଂ ପାବୁରିଆ ଠାରୁ ସାରଙ୍ଗଡ ଯିବା ରାସ୍ତାରେ ବିସ୍ତୀର୍ଣ୍ଣ ଜଙ୍ଗଲ ହୁତହୁତ ହୋଇ ଜଳୁଛି । ନିଆଁର ଆଁରେ ପୋଡିଯାଉଛନ୍ତି ବନ୍ୟଜନ୍ତୁ । ଜଙ୍ଗଲ ପାଖ ଦେଇ ଯାଉଥିବା ଲୋକେ ନିଆଁ ଓ ଧୂଆଁରେ ଅଣନିଶ୍ୱାସୀ ହୋଇପଡୁଛନ୍ତି । କିନ୍ତୁ ବେଫିକର ବନ ବିଭାଗ । ଖାଲି କନ୍ଧମାଳ ନୁହେଁ, ବଲାଙ୍ଗୀର ଜିଲ୍ଲାରେ ବନାଗ୍ନି ବଢାଇଲାଣି ମୁଣ୍ଡବିନ୍ଧା । ପ୍ରତିବର୍ଷ ଖରାଦିନେ ବନାଗ୍ନି ଏକ ବଡ ସମସ୍ୟା ହୋଇ ମୁଣ୍ଡ ଟେକୁଛି ।










