34.1 C
Bhubaneswar
Saturday, May 2, 2026
Homeଓଡିଶାକାର ଧକ୍କାରେ ୨ ବର୍ଷର ଶିଶୁ କନ୍ୟାର ମୃତ୍ୟୁ

କାର ଧକ୍କାରେ ୨ ବର୍ଷର ଶିଶୁ କନ୍ୟାର ମୃତ୍ୟୁ

ଝାରସୁଗୁଡା: ବେପରୁଆ ଗାଡି ଚାଳନା ପାଇଁ ଚାଲିଗଲା ଦୁଇ ବର୍ଷର ଶିଶୁ କନ୍ୟାର ଜୀବନ । ମାଆ ଗୁରୁତର । କ୍ଷତିପୂରଣ ଦାବିରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକେ । ଗତକାଲି ଧାରୁଆଡିହି ଥାନା ନିକଟରେ ଜଣେ ମହିଳା ଓ ତାଙ୍କ ଦୁଇ ବର୍ଷର ଶିଶୁ କନ୍ୟାକୁ ଧକ୍କା ଦେଇଥିଲା ଗାଡି । ଫଳରେ ଶିଶୁୁ କନ୍ୟାର ମୃତ୍ୟୁ ହୋଇଥିବା ବେଳେ ମାଆ ଗୁରୁତର ଅବସ୍ଥାରେ ସୁନ୍ଦରଗଡ ଏନଟିପିସି କଲେଜ ଆଣ୍ଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଝାରସୁଗୁଡା ଜିଲ୍ଲା ବାଗଡିହି ଫାଣ୍ଡି ବାଙ୍କୀ ଗାଁର ଜୟକୁମାର କେଛୁ ତାଙ୍କ ସ୍ତ୍ରୀ ଟିକେଶ୍ୱରି ଓ ଦୁଇ ବର୍ଷର ଶିଶୁ କନ୍ୟାକୁ ଧକ୍କା ଦେଇଥିଲା ଏକ ଗାଡି । ଫଳରେ ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ବେଳେ ମାଆ ଗୁରୁତର ଅବସ୍ଥାରେ ସୁନ୍ଦରଗଡ ଏନଟିପିସି କଲେଜ ଆଣ୍ଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଝାରସୁଗୁଡା ଜିଲ୍ଲା ବାଗଡିହି ଫାଣ୍ଡି ବାଙ୍କୀ ଗାଁର ଜୟକୁମାର କେଛୁ ତାଙ୍କ ସ୍ତ୍ରୀ ଟିକେଶ୍ୱରୀ ଓ ଦୁଇ ବର୍ଷର ଶିଶୁ କନ୍ୟା କୁସିମାଙ୍କୁ ନେଇ ଧରୁଆଡିହି ହାଟକୁ ଯାଇଥିଲେ । ବଜାର ସାରି ଘରକୁ ଯିବା ପୂର୍ବରୁ ରାସ୍ତା କଡରେ ଥିବା ଗୁପଚୁପ ଖାଉଥିବା ବେଳେ ହଠାତ ଏକ କାର ତାଙ୍କୁ ଧକ୍କା ଦେଇଥିଲା । ଫଳରେ ମାଆ ଓ ଝିଅ ଗୁରୁତର ହୋଇଥିଲେ । ଉଭୟଙ୍କୁ ଧାରୁଆଡିହି ପୋଲିସ ଓ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ନିକଟସ୍ଥ ମଝାପଡା ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଏନଟିପିସି କଲେଜ ଆଣ୍ଡ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିବା ବେଳେ ମହିଳାଙ୍କର ଚିକିତ୍ସା ଚାଲିଛି । ଏପଟେ ନ୍ୟାୟ ଦାବିରେ ଗ୍ରାମବାସୀମାନେ ଥାନାରେ ଧାରଣା ଦେଇଛନ୍ତି । ଉଚିତ କ୍ଷତିପୂରଣ ଦାବି କରି ସ୍ଥାନୀୟ ଲୋକ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking