ଭୁବନେଶ୍ୱର: ରାଜଧାନୀରେ ଦୁଷ୍କର୍ମ। ଯୁବତୀଙ୍କ ଅଭିଯୋଗ ପରେ, ବନ୍ଧା ହେଲା ଅଭିଯୁକ୍ତ । ବ୍ୟୁଟି ପାର୍ଲରରେ ଚାକିରି ଦେବାକୁ କହି ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଖଣ୍ଡଗିରି ଥାନା କୋଳଥିଆ ଅଞ୍ଚଳରେ ନିର୍ଦ୍ଦିଷ୍ଟ ଏକ ପାର୍ଲରରେ ଚାକିରି କରାଇ ଦେବାକୁ କହି ଦୁଷ୍କର୍ମ କରାଯାଇଥିବା ପୀଡିତା ଅଭିଯୋଗ ଆଣିଛନ୍ତି । ଏନେଇ ଖଣ୍ଡଗିରି ଥାନାରେ ଏତଲା ବି ଦେଇଛନ୍ତି । ଯୁବତୀଙ୍କ ଅଭିଯୋଗ କ୍ରମେ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।










