ନୂଆଦିଲ୍ଲୀ:ଭୂକମ୍ପରେ ଥରିଲା କ୍ୟୁବା। ଶକ୍ତିଶାଳୀ ଭୂକମ୍ପ କ୍ୟୁବାରେ ଅନୁଭୂତ। ୬.୧ ମ୍ୟାଗ୍ନିଚ୍ୟୁଡରେ ଥରିଲା କ୍ୟୁବା । ମେକ୍ପିକୋ ଏବଂ ଆମେରିକାର ଫ୍ଲୋରିଡା ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା ଭୂକମ୍ପର ଝଟକା । ମିଆମି, ଓର୍ଲାଣ୍ଡୋ, ଟାମ୍ପା, ଜ୍ୟାକ୍ସନଭିଲ୍ ଏବଂ ତାଲାହାସୀରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ କ୍ୟୁବାର ପଶ୍ଚିମାଞ୍ଚଳରେ ଥିବା ମାଣ୍ଟୁଆ ସହରଠାରୁ ପ୍ରାୟ ୧୦୪ କିଲୋମିଟର ଦୂର ଏବଂ ୧୦ କିଲୋମିଟର ଗଭୀରତାରେ ଥିଲା। ତେବେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ତେବେ ସୁନାମୀ ପାଇଁ କୌଣସି ସତର୍କତା ଜାରି ହୋଇନି ।
ସେହିଭଳି, ସୋମବାର ସକାଳେ ଦକ୍ଷିଣ ଫିଲିପାଇନ୍ସର ମିଣ୍ଡାନାଓରେ ସୋମବାର ପୂର୍ବାହ୍ଣରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୮.୧ ରେକର୍ଡ କରାଯାଇଥିଲା। ଭୂମିକମ୍ପ ପରେ ଫିଲିପାଇନ୍ସ ଏବଂ ଇଣ୍ଡୋନେସିଆର କିଛି ସ୍ଥାନରେ ସୁନାମି ସତର୍କତା ଜାରି କରାଯାଇଛି। ଭୂମିକମ୍ପ ଯୋଗୁଁ ୩୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୦ରୁ ଅଧିକ ଆହତ ହୋଇଛନ୍ତି। ସତର୍କତା ସ୍ବରୂପ ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ କୁହାଯାଇଛି। ଭୂମିକମ୍ପର କେନ୍ଦ୍ର ଭୂପୃଷ୍ଠର ମାତ୍ର ୧୦ କିଲୋମିଟର ଗଭୀରତାରେ ଥିଲା। ଭୂମିକମ୍ପରେ ଅନେକ ଘରଦ୍ବାର ଭାଙ୍ଗିଥିବା ବେଳେ ସୁନାମି ନିମନ୍ତେ ସତର୍କତା ଜାରି କରାଯାଇଛି। ଭଗ୍ନାବଶେଷ ତଳେ ଅନେକ ଲୋକ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଥିବା ବେଳେ ସେମାନଙ୍କୁ ସେଠାରୁ ବାହାର କରିବାକୁ ପ୍ରୟାସ ଜାରି ରହିଛି। ଏ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି।










