29.6 C
Bhubaneswar
Friday, July 10, 2026
Homeଓଡିଶାଲଘୁଚାପ ପ୍ରଭାବରେ ଆଗାମୀ ୭ ଦିନ ରାଜ୍ୟରେ ଲଗାଣ ବର୍ଷା

ଲଘୁଚାପ ପ୍ରଭାବରେ ଆଗାମୀ ୭ ଦିନ ରାଜ୍ୟରେ ଲଗାଣ ବର୍ଷା

ଭୁବନେଶ୍ୱର: ସୃଷ୍ଟି ହେଲା ଘୁର୍ଣ୍ଣିବଳୟ । ରାଜ୍ୟରେ ସପ୍ତାହେ ଅର୍ଥାତ୍ ୭ ଦିନ ଧରି ବର୍ଷା ଲାଗି ରହିବ । ଗାଙ୍ଗେଟିକ ୱେଷ୍ଟବେଙ୍ଗଲ ଓ ତା ପାଖାପାଖି ବାଙ୍ଗଲାଦେଶ ଉପରେ ଘୁର୍ଣ୍ଣିବଳୟ ରହିଛି । ସମୁଦ୍ର ପତନ ଠାରୁ ୪.୫ ରୁ ୪.୮ କିମି ଉଚ୍ଚତାରେ ଏହା ସକ୍ରିୟ ରହିଛି। ପ୍ରଭାବରେ ଆଗାମୀ ୭ ଦିନ ଯାଏ ବର୍ଷା ଜାରି ରହିବାର ସମ୍ଭାବନା ଥିବାବେଳେ ୧୩ ରୁ ପ୍ରବଳ ଵର୍ଷା ସମ୍ଭାବନା ରହିଛି। ଏହାସହ ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଛି। ଆସନ୍ତା ୭ ଦିନ ଯାଏ କିଛି କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ସହ କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଦେଇଛି ପାଣିପାଗ ବିଭାଗ ।

ଆସନ୍ତା ୨୪ ଘଂଟାରେ ରାଜ୍ୟର କିଛି କିଛି ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ବେଳେ କୋରାପୁଟ,ରାୟଗଡା, ନବରଙ୍ଗପୁର, ନୂଆପଡା, ଭଦ୍ରକ, ବାଲେଶ୍ୱର,ମୟୁରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡରେ ବିଜୁଳି ଘଡଘଡି ସହ ଵର୍ଷା ଓ ୩୦ ରୁ ୪୦ କିମି ପବନ ବହିବାର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଆସନ୍ତାକାଲି କେନ୍ଦୁଝର, ସୁନ୍ଦରଗଡ଼ ଓ ମୟୁରଭଞ୍ଜ ଜିଲ୍ଲାକୁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ୩୦ ରୁ ୪୦ କିମି ପବନ ବହିବାର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ। ୧୬ ତାରିଖ ଯାଏ ରାଜ୍ୟରେ କିଛି କିଛି ଅଂଚଳରେ ବର୍ଷା ସହ ପ୍ରବଳ ବର୍ଷା ପାଇଁ ମଧ୍ୟ ଚେତାବନୀ ଦେଇଛି ପାଣିପାଗ ବିଭାଗ। ମୟୁରଭଞ୍ଜ ଓ କକେନ୍ଦୁଝରରେ ପ୍ରବଳ ଵର୍ଷା ପାଇଁ ହଳଦିଆ ଚେତାବନୀ ଦେଇଛି ପାଣିପାଗ ବିଭାଗ। ସେପଟେ ୧୩ ଟି ସ୍ଥାନରେ ଵର୍ଷା ରେକର୍ଡ ହୋଇଥିବା ବେଳେ ସର୍ବାଧିକ ବର୍ଷା ସୁନ୍ଦରଗଡ ଗୁରୁଣ୍ଡିଆ ରେ ୭୧ ମିମି ରେକର୍ଡ ହୋଇଛି। ଜୁନ ୧ ରୁ ଏଯାବତ ରାଜ୍ୟରେ ୩୪୧ ମିମି ବର୍ଷା ରେକର୍ଡ ହୋଇଛି। ସ୍ୱାଭାବିକ ବର୍ଷାର ୧୨ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି। ମୌସୁମୀ ବର୍ଷରେ ଏଯାବତ ୬ ଟି ଜିଲ୍ଲାରେ ଅତ୍ୟଧିକ ଵର୍ଷା ରେକଡ଼ କରାଯାଇଥିବା ବେଳେ ୫ ଜିଲ୍ଲାରେ ଅଧିକା ବର୍ଷା ହୋଇଥିବା ବିବେଳେ ୧୫ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ୪ ଜିଲାରେ ନିଅଁଟିଏ ବର୍ଷା ରେକର୍ଡ ହୋଇଛି। ଏବେ ୪ ଟି ଜିଲ୍ଲା ମୟୁରଭଞ୍ଜ ,ବାଲେଶ୍ୱର, ଦେଓଗଡ, ଓ ସଁସମ୍ବଲପୁର ରେ ଏଯାବତ ବି ନିଅଁଟିଆ ବର୍ଷା ରେକର୍ଡ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking