33.1 C
Bhubaneswar
Tuesday, April 30, 2024
Homeଦେଶ ବିଦେଶଯୁବକଙ୍କୁ ଘୋଷାଡ଼ି ନେଲା ହାଇୱା

ଯୁବକଙ୍କୁ ଘୋଷାଡ଼ି ନେଲା ହାଇୱା

ଧର୍ମଗଡ଼ : ଧର୍ମଗଡ଼ରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ବୋଲେରୋ ଧକ୍କାରେ ସାଇକେଲ ଚାଳକ ତଳେ ପଡ଼ିବା ପରେ ଯୁବକଙ୍କୁ ଘୋଷାଡ଼ି ନେଲା ହାଇୱା । ଘଟଣା ସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା । ଧର୍ମଗଡ଼ ଥାନା ବଳଢ଼ିଆମାଳ ଛକ ନିକଟରେ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ । ଏନଏଚ୨୦ଜୟପୁର-ଭବାନୀପାଟଣା ରାସ୍ତାରେ ଟାୟାର ଜାଳି ଅବରୋଧ । କରିବା ସହ ଘଟଣା ସ୍ଥଳରେ ବ୍ୟାପକ ଉତ୍ତେଜନା ଦେଖା ଦେଇଛି । ଯାହା ଫଳରେ ରାସ୍ତା ଦୁଇ କଡ଼ରେ ଅନେକ ଗାଡ଼ି ମଟର ଭିଡ ହୋଇଥିବାରୁ ଜୟପୁର ଭବାନୀପାଟଣାକୁ ଯାତାୟାତ ଠପ୍ ହୋଇଯାଇଛି ।। ଉଭୟ ଗାଡ଼ିର ଡ୍ରାଇଭରଙ୍କୁ ଅଟକ ରଖି ପୋଲିସର ତଦନ୍ତ ଜାରି । ସୂଚନା ଅନୁସାରେ,ଆଜି ସହଦେବ ନାମକ ୩୫ ବର୍ଷୀୟ ଯୁବକ ନିଜ ପୋଖରୀକୁ ଗାଧୋଇବାକୁ ଯାଇଥିବାବେଳେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ବୋଲେରୋ ତାହାର ଡୋର ଖୋଲି ଦେଇଥିବାରୁ ସହଦେବ ଡୋରରେ ବାଡେଇ ହୋଇ ତଳେ ପଡ଼ିଯାଇଥିଲେ । ପରେ ପଛପଟୁ ଆସୁଥିବା ଏକ ହାଇୱାତାଙ୍କୁ ସହଦେବଙ୍କୁ ଘୋଷାଡି ନେଇଥିବା । ଯାହା ଫଳରେ ଘଟଣା ସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking