28.1 C
Bhubaneswar
Sunday, April 28, 2024
Homeଓଡିଶାପିଟି ଦେଲା ଟ୍ରକ୍‌: ସ୍ୱାମୀ ମୃତ, ସ୍ତ୍ରୀ ଆହତ

ପିଟି ଦେଲା ଟ୍ରକ୍‌: ସ୍ୱାମୀ ମୃତ, ସ୍ତ୍ରୀ ଆହତ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ସିଂହାରପୁର ନିକଟରେ ୪୯ ନମ୍ବର ଜାତୀୟ ରାଜପଥରେ ଆଜି ଏକ ଟ୍ରକ୍ ଏକ ବାଇକ୍‌?କୁ ଧକ୍କା ଦେବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ତ୍ରୀ ଆହତ ହୋଇଛନ୍ତି । ସେମାନଙ୍କର ୩ ବର୍ଷର ଝିଅ ସୁରକ୍ଷିତ ଅଛି । ମୃତକଙ୍କ ନାଁ ନୋହର ସାଏ (୨୯) । ତାଙ୍କ ଘର ଛତିଶଗଡ଼ର ଶକ୍ତି ଜିଲ୍ଲାର ରେଡ଼ା ଗାଁରେ । ତାଙ୍କ ସ୍ତ୍ରୀଙ୍କ ନାଁ ନିଲା ୱାରେନ ବୋଲି ଲଖନପୁର ପୁଲିସ ସୂଚନା ଦେଇଛି । ନୋହର ସାଏ ତାଙ୍କ ସ୍ତ୍ରୀ ଓ ୩ ବର୍ଷର ଝିଅଙ୍କୁ ନେଇ ବାଇକ ଯୋଗେ ଗାଁକୁ ଯାଉଥିଲେ । ସେମାନେ ଝାରସୁଗୁଡ଼ା ପଟରୁ ଯାଉଥିବା ବେଳେ ପଞ୍ଚଗାଁ ପାର୍ଶ୍ୱରୁ ଝାରସୁଗୁଡ଼ା ଅଭିମୁଖେ ଯାଉଥିବା ଏକ ଟ୍ରକ୍ ସେମାନଙ୍କୁ ସିଂହାରପୁର ନିକଟରେ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ନୋହର ସାଏଙ୍କର ମୃତ୍ୟୁ ଘଟିଥିଲା । ପୁଲିସ୍ ନୋହର ସାଏଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ତାଙ୍କ ସ୍ତ୍ରୀ ନିଲାଙ୍କୁ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଡ୍ରାଇଭର ଫେରାର ଅଛନ୍ତି । ଲଖନପୁର ପୁଲିସ୍ ଟ୍ରକ୍‌ଟିକୁ ଜବତ କରି ଘଟଣାର ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking