39.1 C
Bhubaneswar
Friday, April 26, 2024
Homeଦେଶ ବିଦେଶସୁପ୍ରିମ୍‌କୋର୍ଟ କଲେଜିୟମ୍‌ର ଐତିହାସିକ ନିଷ୍ପତ୍ତି : ନିଯୁକ୍ତି  ପାଇବେ ୮ ମୁଖ୍ୟ ବିଚାରପତି

ସୁପ୍ରିମ୍‌କୋର୍ଟ କଲେଜିୟମ୍‌ର ଐତିହାସିକ ନିଷ୍ପତ୍ତି : ନିଯୁକ୍ତି  ପାଇବେ ୮ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟର କଲେଜିୟମ୍ ଦେଶରେ ଥରକରେ ୮ ରାଜ୍ୟର ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କ ନିଯୁକ୍ତିକୁ ମଞ୍ଜୁରୀ ଦେଇଛି । ଏପରି ପ୍ରଥମଥର ଘଟିଛି କି ସୁପ୍ରିମ୍‌କୋର୍ଟ ଏକା ଥରକରେ ଅଧିକ ଜଣ ବିଚାରପତିଙ୍କୁ ନିଯୁକ୍ତି କରିଛି ।ଏହାବ୍ୟତୀତ କଲେଜିୟମ୍ ଦେଶର ଦୁଇଡଜନରୁ ଅଧିକ ବିଚାରପତିଙ୍କ ବଦଳିକୁ ମଧ୍ୟ ମଞ୍ଜୁରୀ ଦେଇଛି । ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍‌. ଭି. ରମନାଙ୍କ ଅଧ୍ୟକ୍ଷତାରେ ଗଠିତ ଜଷ୍ଟିସ୍ ୟୁ. ୟୁ. ଲଳିତ ଓ ଜଷ୍ଟିସ୍ ଏ. ଏମ୍ ଖାନୱିଲ୍‌କରଙ୍କୁ ନେଇ ଗଠଇତ ତିନିଜଣିଆ କଲେଜିୟମ୍ ଆଜି ଏହି ନିଷ୍ପତ୍ତି ନେଇଛି । ଏଥିସହିତ ବିଭିନ୍ନ ହାଇକୋର୍ଟର ୪ ମୁଖ୍ୟ ବିଚାରପତିଙ୍କ ବଦଳି ଜନିତ ନିଷ୍ପତ୍ତି ମଧ୍ୟ ନେଇଛି କଲେଜିୟମ୍ ।

ଜଜ୍‌ମାନଙ୍କର ନିଯୁକ୍ତି ତଥା ବଦଳି ନେଇ ଗତ ଗୁରବାରଠାରୁ ଜାରି ରହିଥିବା ଏହି ମାରାଥନ୍ ବୈଠକ ଆଜି ସମାପ୍ତ ହୋଇଛି । କୋଲ୍‌କାତା ହାଇକୋର୍ଟର ମୁଖ୍ୟ ବିଚାରପତି ରାଜେଶ ବିନ୍ଦଲଙ୍କୁ ଆଲାହାବାଦ ହାଇକୋର୍ଟକୁ ବଦଳି କରାଯାଇଛି । ତ୍ରିପୁରା ହାଇକୋର୍ଟର ମୁଖ୍ୟ ବିଚାରପତି ଅକିଲ୍ କ୍ୟୁରେଶୀଙ୍କୁ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ବଦଳି କରାଯାଇଛି ।

ଏହାବ୍ୟତୀତ ତେଲେଙ୍ଗାନା, ମେଘାଳୟ, ଗୁଜରାଟ ତଥା ଆନ୍ଧ୍ରପ୍ରଦେଶକୁ ନୂଆ ବିଚାରପତି ମିଳିଛି । ସୂଚନାଯୋଗ୍ୟ ଯେ ସମ୍ପ୍ରତି ଦେଶରେ ଜଜ୍‌ମାନଙ୍କର ଅଭାବ ରହିଛି । ଆଲାହାବାଦ ହାଇକୋର୍ଟରେ ସ୍ଥିରୀକୃତ ୧୬୦ ଜଜ୍‌ଙ୍କ ମୁକାବିଲାରେ ମାତ୍ର ୯୩ ଜଜ୍‌ଙ୍କୁ ନେଇ ହାଇକୋର୍ଟ ଚାଲିଛି । ନିକଟରେ କଲେଜିୟମ୍ ଅଭୂତପୂର୍ବ ନିଷ୍ପତ୍ତି ନେଇ ୬୮ ଜଣିଆ ଜଜ୍‌ଙ୍କର ତାଲିକା କେନ୍ଦ୍ର ସରକାରଙ୍କୁ ସୁପାରିସ୍ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking