28.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶଭୂତମାନଙ୍କ ସହର ପାଲଟିଛି ପଞ୍ଜଶିର

ଭୂତମାନଙ୍କ ସହର ପାଲଟିଛି ପଞ୍ଜଶିର

କାବୁଲ:  ଆଫଗାନିସ୍ତାନରେ ପଞ୍ଜଶିର ଏବେ ଭୂତମାନଙ୍କ  ସହର ପାଲଟିଛି । ଏଠାରେ ତାଲିବାନ ଓ ନ୍ୟାସନାଲ ରେଜିଷ୍ଟାନ୍ସ ଫ୍ରଣ୍ଟ (ଏନଆରଏଫ) ମଧ୍ୟରେ ଦୀର୍ଘ ଦିନ ଧରି ଲଢ଼େଇ ଚାଲିଥିଲା । ଲଢ଼େଇରେ ତାଲିବାନୀମାନେ ପଞ୍ଜଶିର ଦଖଲ କରିବା କଥା ଦାବି କରୁଥିବା ବେଳେ ପଞ୍ଜଶିର ଏବେ ବି ବିଦ୍ରୋହୀମାନଙ୍କ କବଳରେ ରହିଛି ବୋଲି ଏନଆରଏଫ୍ ଦାବି କରିଛି । ଏହି ଲଢ଼େଇରେ ବିଜେତା କିଏ, ସେକଥା ସ୍ପଷ୍ଟ ଭାବେ ଜଣାପଡ଼ିନି । କିନ୍ତୁ ଘମାଘୋଟ ଲଢ଼େଇ ଯୋଗୁ ଏଠାରେ ରହୁଥିବା ଅଧିକାଂଶ ସାଧାରଣ ଲୋକ କାବୁଲ ସମେତ ଦେଶର ଅନ୍ୟ ସ୍ଥାନକୁ ଚାଲି ଯାଇଛନ୍ତି । ଫଳରେ ଏବେ ପଞ୍ଜଶିର ଏକ ପ୍ରକାରର ଜନଶୂନ୍ୟ ହୋଇ ଯାଇଛି । କେବଳ ତାଲିବାନୀ ଓ ଏନଆରଏଫର କିଛି ସଦସ୍ୟ ସେଠାରେ ରହିଥିବା ଜଣାପଡ଼ିଛି ।

ଆଫଗାନର ଏକମାତ୍ର ପ୍ରଦେଶ ହେଉଛି ପଞ୍ଜଶିର, ଯାହାକୁ ତାଲିବାନ ଏଯାଏ ସମ୍ପୂର୍ଣ୍ଣ ଭାବେ ଦଖଲ କରିପାରିନାହିଁ । ଏବେ ବି ଏନଆରଏଫ ସହ ତାଲିବାନୀଙ୍କ ଲଢ଼େଇ ଜାରି ରହିଥିବା କୁହାଯାଉଛି । ଅହମଦ ମାସୁଦ ଓ ଆଫଗାନର କାମଚଳା ରାଷ୍ଟ୍ରପତି ପଞ୍ଜଶିରରେ ରହିଥିବା ରିପୋର୍ଟ ପ୍ରକାଶ ପାଇଛି । ତଥାପି ଏହାର ଗାଁ ଗୁଡ଼ିକରେ କିଛି ହାତଗଣତି ବୃଦ୍ଧ ଓ ବୃଦ୍ଧା ରହିଛନ୍ତି । ଅଧିକାଂଶ ଲୋକ ନିଜ ଭିଟାମାଟି ଓ ସାମଗ୍ରୀକୁ ଛାଡ଼ି ଅନ୍ୟତ୍ର ଚାଲି ଯାଇଛନ୍ତି । ରିପୋର୍ଟ ଅନୁସାରେ, ପଞ୍ଜଶିରରେ ଥିବା ଦୋକାନ ବଜାର ଗୁଡ଼ିକ ବନ୍ଦ ରହିଛି । ଅଧିକାଂଶ ସ୍ଥାନକୁ ତାଲିବାନ ବନ୍ଧୁକଧାରୀମାନେ ନିଜ ନିୟନ୍ତ୍ରଣକୁ ନେଇ ସାରିଛନ୍ତି । ତାଲିବାନୀମାନେ ଯେଉଁ ସବୁ ଅଞ୍ଚଳକୁ ଦଖଲ କରୁଛନ୍ତି, ସେଠାରେ ଲୋକମାନଙ୍କୁ ଅନ୍ୟତ୍ର ଯିବାକୁ ଦେଉନାହାନ୍ତି । ସେମାନେ ବିଦ୍ରୋହୀଙ୍କ ବିରୋଧରେ ସାଧାରଣ ଲୋକଙ୍କୁ ସୁରକ୍ଷା କବଚ ଭାବେ ବ୍ୟବହାର କରିବାକୁ ଲକ୍ଷ୍ୟ ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking