23.1 C
Bhubaneswar
Friday, May 1, 2026
Homeଓଡିଶାରାସ୍ତା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର

ରାସ୍ତା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର

ପିପିଲି: ପୁରୀରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛିରାସ୍ତାକଡରୁ ଏକ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୁରୀ ଜିଲ୍ଲାର ପିପିଲି ବ୍ଲକରେ ରାସ୍ତା ମଝିରେ ଗୋଟିଏ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ଏହି ଘଟଣା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ରିପୋର୍ଟ ଅନୁସାରେ, ମୃତଦେହଟି ସମ୍ପୂର୍ଣ୍ଣ କ୍ଷତବିକ୍ଷତ ଥିଲା ଏବଂ ପିପିଲି ଦାଣ୍ଡମୁକୁନ୍ଦପୁର ବାଇପାସ୍ ରାସ୍ତାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଖଣ୍ଡିଆଦାଣ୍ଡ ନିକଟରୁ ମୃତଦେହଟି ଜଣେ ଯୁବକଙ୍କର, କିନ୍ତୁ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପିପିଲି ଆଇଆଇସି ବର୍ତ୍ତମାନ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ମୃତ୍ୟୁର ସମୟ ଏବଂ କାରଣ ଜାଣିବା ପାଇଁ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଯିବ। ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking