34.1 C
Bhubaneswar
Friday, March 29, 2024
Homeଓଡିଶାମଦ ଲୁଟି ମାଲିକ ଫେରାର : ବିଭାଗୀୟ କର୍ମଚାରୀଙ୍କ ସମ୍ପୃକ୍ତି ସନ୍ଦେହ

ମଦ ଲୁଟି ମାଲିକ ଫେରାର : ବିଭାଗୀୟ କର୍ମଚାରୀଙ୍କ ସମ୍ପୃକ୍ତି ସନ୍ଦେହ

ଢେଙ୍କାନାଳ:  କାମାକ୍ଷାନଗର ମାଛିଆ ଗ୍ରାମ ନିକଟରେ ଥିବା ବିଦେଶୀ ମଦ କମ୍ପାନୀରେ ମହଜୁଦ ବିପୁଳ ପରିମାଣର ବେଆଇନ ମଦକୁ କମ୍ପାନୀ କର୍ତ୍ତୃପକ୍ଷ ଓ  ଅବକାରୀ କର୍ମଚାରୀ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଜଣାପଡ଼ିବା ପରେ ୨ଦିନ ତଳେ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ଅବକାରୀ ଅଧିକାରୀ ତୁମୁସିଙ୍ଗା ଥାନାରେ କମ୍ପାନୀ ମାଲିକ ଏବଂ ଦୁଇ କର୍ମଚାରୀଙ୍କ ନାମରେ ମାମଲା ରୁଜୁ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ କମ୍ପାନୀର ସିଇଓ ସତୀଶଚନ୍ଦ୍ର ଚୌଧୁରୀ ଓ ଇନଚାର୍ଜ ଲକ୍ଷ୍ମୀକାନ୍ତ ସାହୁଙ୍କୁ ଗିରଫ କରିଛି । ଏହାଦ୍ୱାରା ସରକାର ୬୬ ଲକ୍ଷ ଟଙ୍କାର ରାଜସ୍ୱ ହରାଇଥିବା କୁହାଯାଉଛି ।

ସୂଚନା ଅନୁଯାୟୀ, ୨୦୧୬ ମସିହାରେ ଏହି କମ୍ପାନୀରେ ୧୪୦୦ ପେଟି ମଦ ବେଆଇନଭାବେ ପ୍ରସ୍ତୁତ ହୋଇଥିବାରୁ ଅବକାରୀ ବିଭାଗ ପକ୍ଷରୁ ଜବତ କରି ରଖାଯାଇଥିଲା । ଏହି ମଦ ଅବଧି ଶେଷ ହୋଇଯାଇଥିଲା । ନିୟମ ଅନୁସାରେ ମଦକୁ ସରକାରୀ ଅଧିକାରୀ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ନଷ୍ଟ କରିବା ପାଇଁ କମ୍ପାନୀ ପରିସରରେ ରଖାଯାଇଥିଲା । ହେଲେ ନଷ୍ଟ କରିବା ପରିବର୍ତ୍ତେ କମ୍ପାନୀ କର୍ତ୍ତୃପକ୍ଷ ସମସ୍ତ ମଦକୁ ବିକ୍ରି କରିଦେଇଛନ୍ତି । ଗିରଫ ୨ କର୍ମଚାରୀଙ୍କ କହିବା ଅନୁସାରେ ଗତ ନଭେମ୍ବରରୁ ମଦ ବିକ୍ରି ହୋଇଯାଇଛି । ତେବେ ସେଠାରେ ଦାୟିତ୍ୱରେ ଥିବା ଅଧିକାରୀ ଏ ସମ୍ପର୍କରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ ।

ତେବେ ଅଡିଟ୍ ସମୟରେ ଏହା ନଜରକୁ ଆସିବା ପରେ ଅବକାରୀ କମିଶନରଙ୍କ ନିର୍ଦ୍ଦେଶରେ ଦାୟିତ୍ୱରେ ଥିବା ଅଧିକାରୀ ଗୁରୁବାର ତୁମୁସିଙ୍ଗା ଥାନାରେ ମାମଲା ରୁଜୁ କରିଥିଲେ । ମଦ ଷ୍ଟୋର୍‌ର ୨ ଚାବିରୁ ଗୋଟିଏ କମ୍ପାନୀ କର୍ତ୍ତୃପକ୍ଷ ଓ ଅନ୍ୟଟି ଅବକାରୀ ବିଭାଗ ପାଖରେ ରହିବା କଥା । ତେଣୁ ଅବକାରୀ ବିଭାଗ ସମ୍ପୃକ୍ତ ରହିଥିବା ସନ୍ଦେହ କରାଯାଉଛି । ଏପଟେ କମ୍ପାନୀ ଭିତରେ ବର୍ତ୍ତମାନ ଅବକାରୀ ବିଭାଗର ଅଧିକ୍ଷକ ପ୍ରଦୀପ ପାଣିଗ୍ରାହୀ ଓ କାମାକ୍ଷାନଗର ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେ ମିଳିତଭାବେ ଅନୁସନ୍ଧାନ ଜାରି ରଖିବା ସହ କମ୍ପାନୀରେ ଲାଗିଥିବା ସିସିଟିଭି ଜବତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking