28.1 C
Bhubaneswar
Friday, April 26, 2024
Homeଓଡିଶାବଢିଲା ବସ୍ ଭଡା

ବଢିଲା ବସ୍ ଭଡା

ଭୁବନେଶ୍ୱର: ବୃଦ୍ଧି ପାଇଲା ଘରୋଇ ବସ ଭଡା । ଡିଜେଲ ମୂଲ୍ୟ ଦିନକୁ ଦିନ ବଢୁଥିବା ବେଳେ ଆମେରିକା-ଇରାନ ମଧ୍ୟରେ ଲାଗିଥିବା ଶୀତଳ ଯୁଦ୍ଧ ପାଇଁ ଅନ୍ତର୍ଜାତୀୟ ବଜାରରେ ତୈଳଦର ବଢ଼ିବା ହେତୁ ଡିଜେଲ-ପେଟ୍ରୋଲ ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି । ଏହାକୁ ଆଧାର କରି ବସ ଭଡ଼ା ମଧ୍ୟ ବଢ଼ିଥିବାର ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଇରାନ୍ ଉପରେ ଆମେରିକାର ଆକ୍ରମଣ ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ତୈଳଦର ବୃଦ୍ଧିର ପ୍ରଭାବ ପଡ଼ିଛି ଓଡ଼ିଶାରେ ।
ଅର୍ଡିନାରି ବସ ଭଡ଼ା ପୂର୍ବରୁ କିଲୋମିଟର ପିଛା ୬୯ ପଇସା ଥିବାବେଳେ ଏବେ ୭୦ ପଇସାରେ ପହଂଚିଛି । ଏକ୍ସପ୍ରେସ ବସ ଭଡ଼ା କିଲୋମିଟର ପିଛା ୭୨ ପଇସା ଥିବା ବେଳେ ୭୩ ପଇସା ହୋଇଛି । ଡିଲକ୍ସ ବସ ଭଡ଼ା କିଲୋମିଟର ପିଛା ୯୯ ପଇସା ଥିବାବେଳେ ୧ ଟଙ୍କା ୧ ପଇସା ହୋଇଛି । ଏସି ଡିଲକ୍ସ ବସ ଭଡ଼ା କିଲୋମିଟର ପିଛା ୧ ଟଙ୍କା ୨୧ ପଇସା ଥିବାବେଳେ ୧ ଟଙ୍କା ୨୩ ପଇସା ହୋଇଛି ।
https://onakhabar.com/2020/01/06/8th-february-2020-delhi-assembly-election/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking