27.1 C
Bhubaneswar
Thursday, April 25, 2024
Homeଅପରାଧ୪ ଦିନ ପରେ ବି ମିଳୁନି ସୁନୀତାଙ୍କ ପତ୍ତା : ଅଞ୍ଚଳବାସୀଙ୍କ ରାସ୍ତାରୋକ, ଗୁଣିଆ ବି...

୪ ଦିନ ପରେ ବି ମିଳୁନି ସୁନୀତାଙ୍କ ପତ୍ତା : ଅଞ୍ଚଳବାସୀଙ୍କ ରାସ୍ତାରୋକ, ଗୁଣିଆ ବି ସାମିଲ

ଫୁଲବାଣୀ :କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଡ୍ୟାମ୍‌ରେ ଡଙ୍ଗା ବୁଡି ଜଣେ ଯୁବତୀ ନିଖୋଜ ହେବା ଘଟଣାକୁ ୪ ଦିନ ବିତିଯାଇଛି । ହେଲେ ନିଖୋଜ ଯୁବତୀ ସୁନୀତା ଝାଙ୍କରଙ୍କ ଏଯାଏଁ ପତ୍ତା ମିଳିପାରିନାହିଁ । ଆଜି ବିଭିନ୍ନ ଦାବି ନେଇ ଅପରାହ୍ନ ୪ଟାରେ ନିଖୋଜ ଯୁବତୀଙ୍କ ପରିବାର ଓ କିଛି ଅଞ୍ଚଳବାସୀ ରାସ୍ତା ଅବରୋଧ କରିଥିଲେ । ଖଜୁରିପଡ଼ା ତହସିଲଦାର ମନୋଜ କୁମାର ପାଢୀ, ସଦର ଏସ୍‌ଡ଼ିପିଓ ମହେନ୍ଦ୍ରନାଥ ମୁର୍ମୁ , ଖଜୁରିପଡ଼ା ଓ ଫୁଲବାଣୀ ପୁଲିସ୍ ପହଞ୍ôଚ ଦୀର୍ଘ ସମୟ ଆଲୋଚନା କରିଥିଲେ । ଏହି ଘଟଣା ପରେ ପରିବାର ସଂପୂର୍ଣ୍ଣ ଦୁଃଖରେ ଭାଙ୍ଗିପଡ଼ିଥିଲେ ମଧ୍ୟ ଆହା ପଦେ କହିବାକୁ କୌଣସି ପ୍ରଶାସନିକ ଅଧିକାରୀଙ୍କ ଦେଖାମିଳିନାହିଁ ବୋଲି ସେମାନେ ଅଭିଯୋଗ କରିଥିଲେ । ଯୁବତୀଙ୍କ ପରିବାର ଲୋକେ ରାତିତମାମ୍ ଡ୍ୟାମ ନିକଟରେ ଉଜାଗର ରହୁଥିଲେ ମଧ୍ୟ ସେମାନଙ୍କ ସୁରକ୍ଷା ପାଇଁ କୌଣସ ବ୍ୟବସ୍ଥା କରାଯାଇନାହିଁ ବୋଲି ଅଭିଯୋଗ ଆଣିଥିଲେ । ଡ୍ୟାମ ନିକଟରେ ରହୁଥିବା ପରିବାର ଲୋକଙ୍କୁ ସୁରକ୍ଷା ଓ ଖାଇବା ଯୋଗାଇ ଦେବା ସହିତ ଯଦି ଯୁବତୀଙ୍କ ମୃତ୍ୟୁ ହୋଇଥାଏ ତେବେ ୭ ଦିନ ମଧ୍ୟରେ କ୍ଷତିପୂରଣ ପାଇଁ ପଦକ୍ଷେପ ନିଆଯିବ ବୋଲି ତହସିଲଦାର ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା । ତେବେ ଗୋଟିଏ ପଟେ ଦମକଳବାହିନୀ ଓ ଓଡ଼୍ରାଫ୍ ଦଳ ଯୁବତୀଙ୍କୁ ଉଦ୍ଧାର ପାଇଁ ସମସ୍ତ ପ୍ରକାର ଉଦ୍ୟମ ଆରମ୍ଭ କରିଥିବା ବେଳେ ଅନ୍ୟପଟେ ଜଣେ ଗୁଣିଆ ମଧ୍ୟ ସାମିଲ୍ ହୋଇଛନ୍ତି । ସେ ମଧ୍ୟ ତାଙ୍କର ପୂଜାପାଠ ଦ୍ୱାରା ଯୁବତୀଜଣକ କେଉଁ ଦିଗରେ ଓ କେଉଁଠାରେ ଅଛନ୍ତି ସେ ତାଙ୍କର ପୂଜାପାଠ ଆରମ୍ଭ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking