29.4 C
Bhubaneswar
Thursday, April 18, 2024
Homeଅପରାଧମା’ଝଗଡ଼ା କରି ଘର ଛାଡି ଚାଲି ଯିବାପରେ ବାପା  ବାପା ଏଭଳି କଲା ଝିଅକୁ

ମା’ଝଗଡ଼ା କରି ଘର ଛାଡି ଚାଲି ଯିବାପରେ ବାପା  ବାପା ଏଭଳି କଲା ଝିଅକୁ

ଫିରୋଜପୁର: ଦୁଷ୍କର୍ମ ଥମିବାର ନାଁ ଧରୁନି । ଛୋଟ ଶିଶୁ କନ୍ୟା ଠାରୁ ଆରମ୍ଭ କରି ନାବାଳିକା ଏବଂ ମହିଳାଙ୍କ ପର୍ଯ୍ୟନ୍ତ ସମସ୍ତେ ଦୁଷ୍କର୍ମର ଶିକାର ହେଉଛନ୍ତି । ତେବେ ନାରୀଟି କେବେ ବି କେଉଁଠି ବି ସୁରକ୍ଷିତ ନୁହେଁ । କେତେବେଳେ ବାହାର ଲୋକଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହେଉଛି ତ କେତେବେଳେ ଘରେ ନିଜ ଲୋକଙ୍କ ଦ୍ୱାରା ଦୁଷ୍କର୍ମର ଶିକାର । ସେ ପୁଣି ବାପା, ଦାଦା, ଭାଇ, ମାମୁଁ ଏମାନଙ୍କ ଦ୍ୱାରା । ତେବେ ଏଭଳି ଏକ ଲଜ୍ଜା ଜନକ ଘଟଣା ପଞ୍ଜାବରେ ଦେଖିବାକୁ ମିଳିଛି । ଏହି ଘଟଣା ପଞ୍ଜାବର ଫିରୋଜପୁର ଜିଲ୍ଲାର ଏକ ଗ୍ରାମର ଘଟଣା । ଜଣେ ନାବାଳିକା ଝିଅ ନିଜ ବାପା ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁସାରେ, ଜାନୁଆରି ୧ ତାରିଖରେ ନାବାଳିକାଙ୍କ ବାପା ଓ ମା’ଙ୍କ ଭିତରେ ଝଗଡ଼ା ହୋଇଥିଲା । ଫଳରେ ପୀଡିତାଙ୍କ ମା’ ରାଗି ଯାଇ ଘର ଛାଡି ଚାଲି ଯାଇଥିଲେ । ଜାନୁଆରି ୨ ତାରିଖରେ ଘରକୁ ଆସିବା ପରେ ଝିଅ ଠାରୁ ନିଜର ସ୍ୱାମୀଙ୍କ ଲଜାକର କଥା ଶୁଣିଥିଲେ । ପରେ ପୁଲିସରେ ଅଭିଯୋଗ କରିଥିଲେ । ନାବାଳିକା ପୀଡିତା ଜଣକ ସପ୍ତମ ଶ୍ରେଣୀରେ ପାଠ ପଢ଼ନ୍ତି ।
ପୀଡ଼ିତାଙ୍କ ବୟାନ ଅନୁଯାୟୀ, ତାଙ୍କ ପିତା ତାଙ୍କ ସହିତ ଅନେକ ଦିନ ହେବ ଦୁଷ୍କର୍ମ କରି ଆସୁଥିଲେ । ଏପରି କରିବାକୁ ବାରଣ କରିବାରୁ ବାପା ତାଙ୍କୁ ଜୀବନରୁ ମାରିବାକୁ ଧମକ ଦେଉଥିଲେ । ତେଣୁ ସେ ଭୟରେ ନିଜ ସହିତ ଘଟୁଥିବା ଘଟଣାକୁ ମା’ଙ୍କ ଆଗରେ ବି କହି ପାରୁ ନଥିଲେ । ପୀଡ଼ିତାଙ୍କ ବୟାନ ଅନୁଯାୟୀ ତାଙ୍କ ବାପା ବିରୋଧରେ ମାମଲା ରୁଜୁ କରାଯାଇଛି । ପୀଡିତାଙ୍କ ଡାକ୍ତରି ମାଇନ୍ ରିପୋର୍ଟ ଆସିଲା ପରେ ଅଧିକ ଯାଞ୍ଚ କରାଯିବ ବୋଲି ପୋଲିସ ସୂଚନା ଦେଇଥିବା ଜଣାପଡିଛି ।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking